ଭାରତ

ଚଳିତ ଗଣତନ୍ତ୍ର ଦିବସରେ ରହିବେ ନାହିଁ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସ କୌଣସି ବୈଦଶିକ ଅତିଥିଙ୍କ ବିନା ହିଁ ପାଳିତ ହେବାକୁ ଯାଉଛି । ଗୁରୁବାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏନେଇ ସୂଚନା ଦେଇଛନ୍ତି। କରୋନା ପାଇଁ ବିନା ଅତିଥିରେ ଗଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଏହି ସମାରୋହରେ ମୁଖ୍ୟ ଅତିଥି ହେବାର କାର୍ଯ୍ୟକ୍ରମ ସ୍ଥିତ ହୋଇଥିଲା । କିନ୍ତୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣ ଉଗ୍ର ହେବାରୁ ଜନସନ ତାଙ୍କ ଗସ୍ତକୁ ବାତିଲ କରିଥିଲେ । ଦେଶର ଗଣତନ୍ତ୍ର ଇତିହାସରେ ୫୫ ବର୍ଷରେ ଏହା ପ୍ରଥମ ଯେତେବେଳେ ଗଣତନ୍ତ୍ର ଦିବସରେ କୌଣସି ବିଦେଶୀ ଅତିଥି ଅଂଶଗ୍ରହଣ କରିବେ ନାହିଁ ।
ଏହା ପୂର୍ବରୁ ୧୯୫୨, ୧୯୫୩ ଏବଂ ୧୯୬୬ ଗଣତନ୍ତ୍ର ଦିବସରେ କୌଣସି ଅତିଥି ଯୋଗ ଦେଇନଥିଲେ । ଦୀର୍ଘ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ୧୯୯୩ରେ ବ୍ରିଟେନର ଜୋନ୍ ମେଜର ଅନ୍ତିମ ଥର ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ।
ସେହିପରି ୧୯୫୬, ୧୯୬୮ ଏବଂ ୧୯୭୪ରେ ଦୁଇ ଜଣ ଲେଖାଏଁ ଅତିଥି ଗଣତନ୍ତ୍ର ଦିବସରେ ସାମିଲ୍ ହୋଇଥିଲେ। ୨୦୧୮ରେ ୧୦ଟି ଏସିଆନ୍ ଦେଶର ମୁଖ୍ୟ ଏହି ଅବସରରେ ସାମିଲ୍ ହୋଇଥିଲେ।

 

 

Related posts

ପୋଙ୍ଗଲ ଅବସରରେ ଉପହାର ଦେବେ ତାମିଲନାଡ଼ୁ ସରକାର

Report

ନୀତି ଆୟୋଗ କାର୍ଯ୍ୟାଳୟ ସିଲ

Report

ଜାନୁଆରୀରୁ ଆନ୍ଦୋଳନକୁ ଓହ୍ଲାଇବେ ଆନ୍ନା

Report

Leave a Comment