ଭୁବନେଶ୍ୱର : ଆସନ୍ତକାଲି ସକାଳ ୧୦.୩୦ ଯାଏଁ ଗୃହ ମୂଲତବି । ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ । ହଟଗୋଳ କଲେ ବିରୋଧୀ । ଗୃହକୁ ଆସନ୍ତାକାଲି ୧୦.୩୦ ଯାଏଁ ମୁଲତବି କଲେ ବାଚସ୍ପତି। ଅପରାହ୍ନ ଅଧିବେଶନରେ ଗୃହରେ ହଟଗୋଳ ହୋଇଥିଲା । ଉଭୟ ବିଜେପି ଓ କଂଗ୍ରେସ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ମଧ୍ୟ ଭାଗରେ ନରାବାଜି ଦେଇଥିଲେ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରଥମେ ୧୧ଟା ୩୦ ଯାଏଁ ଗୃହ ଅଚଳ ରହିଥିବା ବେଳେ ପୁଣି ଶାସକ ଓ ବିରୋଧୀ ହଙ୍ଗାମା କରିଥିଲେ । ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଥିଲେ । କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି । ତେଣୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ । ପୁଣି ୪ ଟାରେ ଗୃହ ଚାଲିଥିଲା । କିନ୍ତୁ ପୁଣି ହଟ୍ଟଗୋଳ ଯୋଗୁଁ ୪.୩୦ ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ତେବେ ଆଉ ଥରେ ବିଧାନସଭାରେ ହଟ୍ଟଗୋଳକୁ ନେଇ ଆସନ୍ତକାଲି ସକାଳ ୧୦.୩୦ ଯାଏଁ ଗୃହ ମୂଲତବି ହୋଇଛି ।