Reporters Today
  • Home
  • ଓଡିଶା
  • ବାହାର ଭକ୍ତଙ୍କୁ ଜାଗରରେ କପିଳାଶ ମନା
ଓଡିଶା

ବାହାର ଭକ୍ତଙ୍କୁ ଜାଗରରେ କପିଳାଶ ମନା

କଟକ: ଆସନ୍ତା ମହା ଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶ ପାଇ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ । ୧୧ ତାରିଖ ଶିବରାତ୍ରୀ ପଡୁଛି । ଏହି ଅବସରରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । ଏପରିକି କୋଭିଡ୍ ଗାଇଡ଼ ଲାଇନ ମଧ୍ୟରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଜାଗର ଯାତ୍ରା ପୂର୍ବରୁ କପିଳାଶ ପୀଠର ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କ ମାଧ୍ୟମରେ ନୀତିକାନ୍ତି କରାଯିବ । ଏଥିସହ ପଲିଥିନକୁ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କପିଳାଶ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

 

Related posts

ଅରୁଣଙ୍କ ଅଚାନକ ବାଣୀବିହାର ବିଶ୍ୱବିଦ୍ୟାଳୟ ପରିଦର୍ଶନ

Report

ରେଳ ଲାଇନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

Report

ଭକ୍ତଙ୍କ ଅପେକ୍ଷାରେ ଭଗବାନ

Report

Leave a Comment