ଏଲପିଜି ଦର ବଢିବନି:କେନ୍ଦ୍ର ସରକାର

0

ନୂଆଦିଲ୍ଲୀ : ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ କିଛି ମାସ ତଳେ କମିବାରେ ଲାଗିଛି । ଏହି କ୍ଷତି ସହିବାକୁ ପଡୁଥିଲା ତୈଳ କମ୍ପାନୀ ଗୁଡିକୁ ତେବେ ଏହାର ସମାଧାନର ବାଟ ବାହାର କରିଛନ୍ତି କେନ୍ଦ୍ରସରକାର । ଏଲପିଜି ଦର ସ୍ଥଗିତ ରହିବ ବୋଲି ଘୋଷଣା ହୋଇଛି । ରନ୍ଧନ ଗ୍ୟାସ ଏଲପିଜି ଦର ନ ବଢାଇବାକୁ କନ୍ଦ୍ରେ ସରକାରଙ୍କ ଯୋଜନା । କ୍ଷତି ଭରଣା ପାଇଁ ତୈଳ କଂପାନୀ ଗୁଡ଼ିକୁ ମିଳିବ ଅର୍ଥରାଶି ।

ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ତୈଳ କମ୍ପାନୀ କୁ ୨୨ହଜାର କୋଟି ଟଙ୍କା ଦିଆଯିବାକୁ ନେଇ ମିଳିଛି ମଞ୍ଜୁରୀ । ଅନ୍ତର୍ଜାତୀୟ ବଜାରରେ ଏଲପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି ନହେବା କାରଣରୁ ଯେଉଁ କ୍ଷତି ହୋଇଛି ତାହାର କ୍ଷତିପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସୁବିଧା ସବୁ ସାଧାରଣ ଲୋକଙ୍କୁ ନେଇ ହୋଇଛି । ଏହାଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ।