ଆଉ ନାହାନ୍ତି RRR ଖଳନାୟକ ରେ ଷ୍ଟିଭେନସନ

0

ନୂଆଦିଲ୍ଲୀ: ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ ଷ୍ଟିଭେନସନଙ୍କ ପରଲୋକ । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । RRR ଟିମ୍ ପକ୍ଷରୁ ଟ୍ୱିଟ କରାଯାଇ ରେ ଷ୍ଟିଭେନସନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି।

RRR ଫିଲ୍ମରେ ସେ ଜୁନିୟର ଏନଟିଆର, ରାମଚରଣ, ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି। ରାଜାମୌଲି ଟ୍ଵିଟ୍‌ କରି ଷ୍ଟିଭେନସନଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି । ୧୯୬୪ ମେ’ ୨୫ରେ ଲିସବନରେ ଜନ୍ମ ହୋଇଥିଲେ ଷ୍ଟିଭେନସନ । ମାତ୍ର ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ୯୦ ଦଶକ ଆରମ୍ଭରେ ସେ ସିନେମା ଓ ଟିଭି ଶୋ’ରେ ପାଦ ଦେଇଥିଲେ। ସେ ୱାର ଜୋନ, ଭୋଲ୍ସ ଟ୍ୟାଗ, RRR, କିଲ୍ ଦ ଇରିସମ୍ୟାନ୍, ଗିବ୍ ଗ୍ୟାମ୍, କୋଲ୍ଡ ସ୍କିନ୍, ଦ ବୁକ୍ ଅଫ ଇଲଇ ଦ ଥ୍ରୀ ମୁସ୍କେଟର୍ସ, ମେମୋରୀ ଆଦି ମୋଟ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ RRR ଫିଲ୍ମ ପରେ ଷ୍ଟିଭେନସନଙ୍କ ଶେଷ ହଲିଉଡ ଫିଲ୍ମ ‘ଆକ୍ସିଡେଣ୍ଟ ମ୍ୟାନ: ହିଟମ୍ୟାନ୍ ହଲିଡେ’ ଥିଲା ।