ଦୁର୍ଘଟଣା କ୍ଲେମ ପାଇଁ କରିବାକୁ ପଡିବନି ଅପେକ୍ଷା

0

ନୂଆଦିଲ୍ଲୀ : ଭାରତରେ ସଡକ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି । ଆଉ ଏହି ସଡକ ଦୁର୍ଘଟଣାରେ ବୀମା କ୍ଲେମ୍ ପାଇଁ ବିଳମ୍ବ ହୋଇଥାଏ । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହ ମୋଟର ହ୍ୱିଲ ଆକ୍ଟ ଆଇନରେ ସଂଶୋଧନ କରିଛନ୍ତି । ଏହା ପରେ ଦାବି କରିବା ପାଇଁ ସହଜ ହୋଇପାରିବ ବୋଲି କୁହାଯାଇଛି ।

ସଡ଼କ ଦୁର୍ଘଟଣା ଦାବିରେ ବିଳମ୍ବ ହେତୁ ସରକାର ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି। ଏପ୍ରିଲ୍ ୨, ୨୦୨୨ ରୁ ସାରା ଦେଶରେ ଏହି ନୂତନ ନିୟମ ଲାଗୁ ହେବ। ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ନୁଆ ନିୟମରେ ସଡକ ଦୁର୍ଘଟଣାର ବ୍ୟାପକ ଅନୁସନ୍ଧାନ ପ୍ରକ୍ରିୟା, ବ୍ୟାପକ ଦୁର୍ଘଟଣା ରିପୋର୍ଟ ଏବଂ ଏହାର ସୂଚନା ପ୍ରକିୟାକୁ ଧାର୍ଯ୍ୟ କରାଯାଇଛି। ଏହାକୁ ବାଧ୍ୟତାମୂଳକ କରାଯାଇଛି।