ରାସ୍ତା କଡରେ ନୋ ଫୁଡ୍ ଷ୍ଟଲ୍ : ବିଏମ୍ସି

0

ଭୁବନଶ୍ୱେର :ଭୁବନଶ୍ୱେରକୁ ସବୁଜ ଓ ସୁସ୍ଥ ପରିବେଶ କରିବା ଟାର୍ଗେଟରେ ବିଏମ୍ସି । ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍ସି । ରାସ୍ତା କଡରେ ଅଳିଆ ଆବର୍ଜନା ଜମା ହେବା ହେତୁ ବହୁ କିଛି ସମସ୍ୟା ଉପୁଜୁଛି । ଟ୍ରାଫିକରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି ବାଇକ ଆରୋହୀ । ଏମିତିକି ସହରର ସୈ÷ନ୍ଦ୍ରର୍ଯ୍ୟକରଣ ଧୀରେ ଧୀରେ ନଷ୍ଟ ହୋଇଗଲାଣି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଏମ୍ସି । ଏ ନେଇ ବିଏମ୍ସି କଠୋର ନିଷ୍ପତି ଗ୍ରହଣ କରିଛି । ରୋଡ୍ ସାଇଡ୍ ଓ ଡ୍ରେନ କଡରେ ଆଉ ବିକ୍ରି କରିପାରିବେନି ଖାଦ୍ୟ ସାମଗ୍ରୀ । ‘ନୋ ଭେଣ୍ଡିଂ ଜୋନ୍ ‘ ଚିହ୍ନଟ ହୋଇଥିବା ସ୍ଥାନରେ ବୁଲାବିକାଳି ଆଉ ଖାଦ୍ୟ ସାମଗ୍ରୀ ବିକି ପାରିବେ ନାହିଁ । ଏକ ନିଦ୍ଧିଷ୍ଟ ତଥା ସୁସ୍ଥ ପରିବେଶରେ ଖାଦ୍ୟ ବିକ୍ରି କରିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଖାଦ୍ୟ ବିକ୍ରି କରିବେ ଯଦି ସେଠି ର୍ପାକିଙ୍ଗି ପାଇଁ ସୁବିଧା ନଥିବ ସେଠାରେ ଖାଇବାକୁ ଦେଇପାରିବେନି । କେବଳ ପାର୍ସଲ ଦେବେ ଆଉ ଯଦି ରାସ୍ତା କଡରେ ଗାଡି ର୍ପାକିଙ୍ଗି କରନ୍ତି ଗାଡି ଲାଇସେନ୍ସକୁ ରଦ୍ଦ କରାଯିବ । ଆବଶ୍ୟକ ପଡିଲେ ଦୋକାନକୁ ବି ସିଲ କରିଦିଆଯିବ । ନିୟମ ଉଲଙ୍ଘନ କଲେ ଦୋକାନର ଟ୍ରେଡେ୍ ଲାଇସେନ୍ସକୁ ବାତିଲ କରିଦିଆଯିବ ।

ସାର୍ବଜନୀନ ସ୍ଥାନ, ରୋଡ ସାଇଡି ବ୍ୟତୀତ ଆଉ ଯେଉଁଠି ଦୋକାନ ଖୋଲିବେ ସେଠାରେ ଯଥେଷ୍ଟ ପରିମାଣର ର୍ପାକିଙ୍ଗି ବ୍ୟବସ୍ଥା, ସୁସ୍ଥ ପରିବେଶରେ ଖାଦ୍ୟ ପରିବେଷଣ କରିବେ । ଏଥି ସହ ଖାଦ୍ୟ ରାନ୍ଧୁଥିବା ଏବଂ ପରସୁଥିବା ତଥା ସଂସ୍ଥାର ସମସ୍ତ କର୍ମଚାରୀ ସଫାସୁତୁରା ରହିବା ସହ ଆବଶ୍ୟକ ସାମଗ୍ରୀ ହ୍ୟାଣ୍ଡ ଗ୍ଲୋବ,ଆପ୍ରୋନ,ମାସ୍କ ଓ ସଫାସୁତୁରା ପୋଷାକ ପରିଧାନ କରିବେ । ନିଜ ଦୋକାନର ୫ ମିଟର ପର୍ଯ୍ୟନ୍ତ ସଫା ସୁତୁରା ରଖିବେ । ଯଥେଷ୍ଟ ମାତ୍ରାର ଡଷ୍ଟବିନ ବ୍ୟବହାର କରି ଅଳିଆକୁ ଉକ୍ତ ସ୍ଥାନରୁ ହଟେଇବେ । ଖାଦ୍ୟ ନିରାପତ୍ତା ନିୟମ ନମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ସହରର ବିଭିନ୍ନ ଦୋକାନରେ ସ୍ୱତନ୍ତ୍ର ଚିମ୍ ଚଢାଉ କରିବେ । ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ବ୍ୟବସାୟୀ ସଂଗଠନମାନେ ସହଯୋଗର ହାତ ବଢାଇବା ନେଇ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି ।