ଟୋକିଓ ଅଲିମ୍ପିକ୍ସରେ କାର୍ଡବୋର୍ଡ ଖଟକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରତିଯୋଗୀ
ଟୋକିଓ ଅଲମ୍ପିକକୁ ନେଇ ସାରା ବିଶ୍ୱରେ ଚର୍ଚା ଲାଗିରହିଥିବା ବେଳେ ଅଲମ୍ପିସିଆନ ମାନେ ଉଠାଇଛନ୍ତି ପ୍ରଶ୍ନ । କ୍ରୀଡ଼ା ଗ୍ରାମରେ କ୍ରୀଡ଼ାବିତଙ୍କ ବିଶ୍ରାମ ପାଇଁ ଯେଉଁ ବେଡ୍ ବା ଖଟ ପ୍ରସ୍ତୁତ ହୋଇଛି ତାହା କାର୍ଡବୋର୍ଡରେ ତିଆରି ହୋଇଛି । କୌତୁହଳର ବିଷୟ ଖଟର ଦୃଢ଼ତାକୁ ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି ।
(ଟୋକିଓ) : ଟୋକିଓ ଅଲମ୍ପିକକୁ ନେଇ ସାରା ବିଶ୍ୱରେ ଚର୍ଚା ଲାଗିରହିଥିବା ବେଳେ ଅଲମ୍ପିସିଆନ ମାନେ ଉଠାଇଛନ୍ତି ପ୍ରଶ୍ନ । କ୍ରୀଡ଼ା ଗ୍ରାମରେ କ୍ରୀଡ଼ାବିତଙ୍କ ବିଶ୍ରାମ ପାଇଁ ଯେଉଁ ବେଡ୍ ବା ଖଟ ପ୍ରସ୍ତୁତ ହୋଇଛି ତାହା କାର୍ଡବୋର୍ଡରେ ତିଆରି ହୋଇଛି । କୌତୁହଳର ବିଷୟ ଖଟର ଦୃଢ଼ତାକୁ ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଏ ବିଷୟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କାର୍ଡବୋର୍ଡରେ ପ୍ରସ୍ତୁତ ଖଟ ବେଶ୍ ମଜବୁତ । କୌଣସି ଗୁଣରେ ଏହା ଦୁର୍ବଳ ନୁହେଁ ।’ ପରସ୍ପରର ସହମତି ପରେ କ୍ରୀଡ଼ାବିତଙ୍କ ମଧ୍ୟରେ ସହବାସ ହୋଇଥାଏ । କରୋନା ମହାମାରୀ ଯୋଗୁ କ୍ରୀଡ଼ା ଗ୍ରାମରେ ବିଭିନ୍ନ କଟକଣା ଜାରି ରହିଛି । ଯେମିତି କି ସାମାଜିକ ଦୂରତା ରକ୍ଷା କରିବା, ହାତ ବାରମ୍ବାର ଧୋଇବା ଏବଂ ପରସ୍ପରର ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି । ତଥାପି ଟୋକିଓରେ ୧,୬୦,୦୦୦ କଣ୍ଡୋମ ବଣ୍ଟା ଯିବାର ଯୋଜନା ରହିଛି ।
ଇରିଶ ଜିମ୍ନାଷ୍ଟ ରିସ ମ୍ୟାକକ୍ଲେଘନ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓ ମାଧ୍ୟମରେ ସେ ଜଣାଇ ଦେବାକୁ ଚାହିଁଛନ୍ତି ଯେ ଏହି ବେଡ୍ ଅନ୍ୟ ବେଡ୍ ଠାରୁ କୌଣସି ଗୁଣରେ କମ୍ ନୁହଁ । ସେ ନିଜେ ବେଡ୍ ଉପରେ ଡେଉଁଥିବା ଭିଡିଓଟିରୁ ସ୍ପଷ୍ଟ ହୋଇଛି । ଯେଉଁମାନେ ଏହି ବେଡ୍କୁ ନେଇ ପ୍ରଶ୍ନ ଉଠାଉଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ମ୍ୟାକକ୍ଲେଘନ ।