ବ୍ୟୁରୋ : ଅର୍ଥନୀତି ପାଇଁ ନୋବେଲ ପୁରଷ୍କାର ଘୋଷଣା । ସ୍ୱିଡେନର ନୋବେଲ କମିଟି ଅର୍ଥନୀତି ପାଇଁ ନୋବେଲ ପୁରସ୍କାରର ଘୋଷଣା କରିଛି । ୩ ଅର୍ଥନୀତିଜ୍ଞଙ୍କୁ ମିଳିବ ନୋବେଲ ପୁରସ୍କାର |୨୦୨୨ ବର୍ଷ ପାଇଁ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ବେନ୍ ବର୍ନାନକେ, ଡଗଲସ୍ ଡାଇମଣ୍ଡ ଏବଂ ଫିଲିପ୍ ଡାୟବବିଗୋଙ୍କୁ ମିଳିବ ।
ନୋବେଲ୍ ସମିତିର ସୂଚନା ମୁତାବକ, ଡଗଲସ ଡାଇମଣ୍ଡ ଓ ଫିଲିପ୍ ଡାୟବବିଗୋ ଏକ ସିଦ୍ଧାନ୍ତିକ ମଡେଲର ବିକାଶ କରିଛନ୍ତି, ଯାହାକି ବ୍ୟାଙ୍କ ଗୁଡିକ କାହିଁକି ଅଛନ୍ତି ତାହା ବର୍ଣ୍ଣନା କରୁଛି । ସମାଜରେ ଏହାର ଭୂମିକା କଣ ତାହା ଏଥିରୁ ଜଣାପଡୁଛି ।