Reporters Today
  • Home
  • ଭାରତ
  • ନୋଏଡା ଓ ଗାଜିଆବାଦରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଜାରି
ଭାରତ

ନୋଏଡା ଓ ଗାଜିଆବାଦରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଜାରି

(ଦିଲ୍ଲୀ / ପ୍ରିୟଦର୍ଶନୀ ସ୍ୱାଇଁ ) : ଦେଶରେ କରୋନା ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ନୋଏଡା ଓ ଗାଜିଆବାଦରେ ମଧ୍ୟ ନାଇଟ୍‌ କର୍ଫ୍ୟୁ କଟକଣା ଜାରିହୋଇଛି । ଉଭୟ ସ୍ଥାନରେ ଆଜିଠାରୁ ୧୭ ଅପ୍ରେଲ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ ବୋଲି ଡିଏମ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ନୋଏଡା ଓ ଗାଜିଆବାଦର ସ୍କୁଲ୍‌, କଲେଜ୍‌ ଓ କୋଚିଙ୍ଗ୍‌ ସେଣ୍ଟର ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । କିନ୍ତୁ ମେଡିକାଲ , ପାରା ମେଡିକାଲ ଓ ନର୍ସିଂ କଲେଜ୍‌ ଖୋଲା ରହିବ ଏବଂ ସବୁ ପ୍ରକାରର ପରୀକ୍ଷାକୁ ସ୍ଥଗିତ ରଖାଯିବ ନାହିଁ , ପରୀକ୍ଷା ଗୁଡ଼ିକ ସଠିକ୍‌ ସମୟରେ ହିଁ ହେବ । ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ କୌଣସି ସେବା ଉପଲବ୍ଧ ହେବନାହିଁ ।
ନୋଏଡା ଡିଏମ୍‌ ପୁଲିସ୍‌ ଓ ସ୍ଥାନୀୟ ଅଧିକାରୀମାନେ ପବ୍ଲିକ୍‌ ସ୍ଥାନରେ ଅଭିଯାନ ଆରମ୍ଭ କରିବେ । ସୋସିଆଲ ଡିଷ୍ଟାନ୍ସିଂର ପାଳନ କରୁନଥିବା ଓ ମାସ୍କ ପିନ୍ଧୁନଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିର୍ଦ୍ଦେଶ ଜାରି କରାଯାଇଛି ।

Related posts

ପୁଣି ଥରେ ଆଇନ ସହ ଖେଳି ବର୍ତ୍ତିଗଲେ ୪ ଦୋଷୀ , ପୁଣି ଅପେକ୍ଷା ନୂଆ ତାରିଖକୁ

Report

ଗିରଫରୁ ବର୍ତ୍ତିବାକୁ କୋଲକାତା ହାଇକୋର୍ଟ ଗଲେ ରାଜୀବ

Report

୪୮ବର୍ଷରେ ପାଦ ଦେଲେ ପ୍ରଭୁଦେବ

Report

Leave a Comment