ଆଜିଠୁ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହେଉଛି ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା।

0

(ଭୁବନେଶ୍ୱର) : ଆଜିଠୁ ଆରମ୍ଭ ହେଉଛି ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ତେବେ ମେୟର ପ୍ରାର୍ଥୀଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । କାରଣ, ଏଥର ମ୍ୟୁନିସିପାଲଟି ଚେୟାରମ୍ୟାନ୍ ଓ ମହାନଗର ନିଗମ ମେୟର ପଦ ଲାଗି ହେବ ସିଧାସଳଖ ନିର୍ବାଚନ। ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ।

ସୂଚନାନୁଯାୟୀ , ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୬ରେ ଭୋଟ ଗଣତି ହେବ। ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ସମୟସୀମା ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ।