ଗାଧୁଆ ଘରୁ ବାହାରିଲା ପୁଳା ପୁଳା ସାପ ଛୁଆ: ୫ ଘଣ୍ଟା ଧରି ଚାଲିଲା ରେସକ୍ୟୁ ଅପରେସନ୍

0

ଭୁବନେଶ୍ୱର: ଗାଧୁଆ ଘରୁ ବାହାରିଲା ପୁଳା ପୁଳା ସାପ ଛୁଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଡକଣ ସ୍ଥିତ ଏକ ଘରୁ ଉଦ୍ଧାର ହୋଇଛି ଏତେ ପରିମାଣର ସାପ ଛୁଆ ।ଜନୈକ ମହିଳାଙ୍କ ଗାଧୁଆ ଘରୁ ଉଦ୍ଧାର ହୋଇଛନ୍ତି ପ୍ରାୟ ୪୫ଟି ଧଣ୍ଡ ସାପ ଛୁଆ । ସୂଚନା  ଅନୁଯାୟୀ, ଗାଁରେ ରହୁଥିବା ଲବଣୀ ପ୍ରଧାନ ତାଙ୍କ ଗାଧୁଆ ଘରେ ସାପ ଛୁଆ ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଟାଇଲ ମଧ୍ୟରେ ଥିବା ଏକ ଫାଙ୍କରେ ସାପ ଛୁଆଙ୍କୁ ବାହାର କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ୪୫ଟି ଧଣ୍ଡ ସାପ ଛୁଆ ମଧ୍ୟରୁ ୫ଟି ଅଣ୍ଡା ଫୁଟି ନଥିବା ସମୟରେ ବାକି ସମସ୍ତ ଅଣ୍ଡା ଫୁଟି ଯାଇଛି ।ତେବେ ସକାଳ ୭ ଟାରୁ ଏହି ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଏବଂ ସମସ୍ତ ସାପ ଛୁଆଙ୍କ ଉଦ୍ଧାର କାର୍ଯ୍ୟ ସରିବା ପାଇଁ ଦୀର୍ଘ ୫ ଘଣ୍ଟା ସମୟ ଲାଗିଥିଲା । ସାପ ଛୁଆଙ୍କୁ ନିରାପଦ ଉଦ୍ଧାର କରାଯିବା ପରେ ତାଙ୍କୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।