ରିପୋଟର୍ସ ଟୁଡେ ବ୍ୟୁରୋ: ଆଗକୁ ହେବାକୁ ଯାଉଛି ଫିଫା ୱାଲର୍ଡ କପ୍ କାତାର ୨୦୨୨ । ନଭେମ୍ବର ୨୦ ରୁ ଫିଫା ଆରମ୍ଭ ହୋଇ ଡିସେମ୍ବର ୧୮ରେ ସରିବ ବିଶ୍ୱକପ ଫିଫା । ଫିଫା ଫୁଟବଲ ଖେଳ ସାଙ୍ଗକୁ ସବୁବେଳେ ମନୋରଞ୍ଜନ ମଧ୍ୟ ପରିବେଶଣ କରିଥାଏ । ତେବେ ନୋରା ଫତେହି ଭାରତକୁ ଆନ୍ତର୍ଜାତୀୟ ସ୍ଥରରେ ପରିବେଷଣ କରିବା ନେଇ ଏକ ମ୍ୟୁଜିକ ଭିଡ଼ିଓ ସାମିଲ ହୋଇଛନ୍ତି । କହିବାକୁ ଗଲେ ନୋରା ଜଣେ ପ୍ରଖ୍ୟାତ ନୃତ୍ୟଶିିଳ୍ପୀ । ବେଲି ଡ଼୍ୟାନ୍ସର ହିସାବରେ ସେ ବଲିଉଡ କୁ ପ୍ରବେଶ କରିଥିଲେ ।
ତେଣୁ ନୋରା ଫିଫା ସଙ୍ଗୀତରେ ଗୀତ ଗାଇବା ସହ ନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି । ଯେଉଁ ସଙ୍ଗୀତ ନିର୍ଦ୍ଦେଶକ ସକିରାଙ୍କ ୱାକା ୱାକା ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ, ସେ ବର୍ତ୍ତମାନ ଫିଫା ସଙ୍ଗୀତରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ନୋରା ଏହି ଭିଡିଓଟିରେ ହିନ୍ଦୀ ଗୀତ ଗାଇଛନ୍ତି । ନୋରା ଫତେହି ହେଉଛନ୍ତି ଭାରତୀୟ ପ୍ରଥମ ମହିଳା ଯିଏ ବିଶ୍ୱକପ ଫିଫା ପାଇଁ ସଙ୍ଗୀତ ଉପସ୍ଥାପନା କରିଛନ୍ତି । ଏଥିରେ ନୋରାଙ୍କ ସହ ୩ଜଣ ଝିଅ ମଧ୍ୟ ସଙ୍ଗୀତ ପରିବେଷଣ କରୁଛନ୍ତି ।
ତେବେ ସାଉଣ୍ଡ ଟ୍ରାକରେ ଫିଏଚଟି ପୁରା ଇଂରାଜୀ ଭାଷାରେ ନାହିଁ । ଏଥିରେ ନୋରା ହିନ୍ଦୀ ଗୀତ ଗାଉଥିବା ବେଳେ, ଅଳ୍ପ ମୋରୋକାନ ଓ ଆରବିକ ଭାଷା ସଂଯୋଗ ଅଛି । ସଙ୍ଗୀତଟିର ନାମ ରହିଛି ଲାଇଟ ଦ ସ୍କାଏ । ଯାହା ଝିଅ ମାନଙ୍କ ଶକ୍ତି ବିଷୟକୁ ବୁଝାଉଛି । ୨୦୧୦ରେ ହୋଇଥିବା ୱାକା ୱାକା ସଂଗୀତ ଲୋକମାନଙ୍କ ମନରେ ରହିଯାଇଥିବା ବେଳେ, ୨୦୧୪ରେ ଆସିଥିବା ଉଇ ଆର ୱାନ ଲୋକପ୍ରିୟ ହାସଲ କରିପାରିନଥିଲା । ସେହିପରି ୨୦୧୮ ରେ ଲିଭ ଇଟ ଅପ ସଙ୍ଗୀତ ପରିବେଷଣ ହୋଇଥିଲା । ତେବେ ବର୍ତ୍ତମାନ ୨୦୨୨ରେ ଲାଇଟ ଦି ସ୍କାଏ ଲୋକମାନଙ୍କ ଆଗରେ ପରିବେଷଣ ହେବାକୁ ଯାଉଛି । ଅଲବେତ ଷ୍ଟାଡିଅମରେ ବିଶ୍ୱକପ ଫିଫାର ଶୁଭାରମ୍ଭ ହେବ ।