ଦଶହରା ପାଇଁ ହାଇକୋର୍ଟ ରେଜିଷ୍ଟ୍ରିର ବିଜ୍ଞପ୍ତି

0

ବ୍ୟୁରୋ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି। ଅକ୍ଟୋବର ୧ରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ କୋର୍ଟ ଖୋଲିବ। ଦୁର୍ଗାପୂଜା ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ରହିବେ। ଅକ୍ଟୋବର ୧, ୬ ଓ ୭ ତାରିଖରେ ହାଇକୋର୍ଟ କାର୍ୟ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ଖୋଲା ରହିବ। କାର୍ୟ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ଜରୁରୀ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।