ଏବେ ୟୁକ୍ରେନ ପରେ ପୁଟିନଙ୍କ ନଜର ମୋଲଡୋଭା ଉପରେ

0

ଚିସିନାଉ: ଋଷ-ୟୁକ୍ରେନର ଯୁଦ୍ଧ ଧିରେ ଧିରେ ତୀବ୍ରତର ହେବାରେ ଲାଗିଛି । ଋଷକୁ କଡା ଟକ୍କର ମଧ୍ୟ ଦେଉଛି ୟୁକ୍ରେନ । କେବଳ ୟୁକ୍ରେନର ସାମରିକ ବାହିନୀ ନୁହେଁ ବରଂ ୟୁକ୍ରେନ ବାସୀ ମଧ୍ୟ ଏହି ଯୁଦ୍ଧରେ ସାମିଲ ହୋଇ ଋଷକୁ କଡା ଜବାବ ଦେଉଛି । ସେପଟେ ୟୁକ୍ରେନ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ ମାଗିଛି । କିନ୍ତୁ ଯେଉଁମାନେ ବି ସାହାଯ୍ୟର ହାତ ବଢାଉଛନ୍ତ ତାଙ୍କୁ ଟାର୍ଗେଟ କରୁଛି ଋଷ ।

 

ବର୍ତ୍ତମାନ ୟୁକ୍ରେନ ପରେ ପଡୋଶୀ ରାଷ୍ଟ୍ର ମୋଲଡୋଭା ଉପରେ ରୁଷର ନଜର ରହିଛି । ଏନେଇ ଦେଶରେ କମ୍ପନ ସୃଷ୍ଟି ହୋଇଛି । ତଥାପି ବିପଦ ସମୟରେ ୟୁକ୍ରେନର ଶରଣାର୍ଥୀଙ୍କ ପାଇଁ ଛିଡ଼ା ହେବ ବୋଲି ପ୍ରଧାନମନ୍ତ୍ରୀ ନାଟାଲିଆ ଗାଭ୍ରିଲିତା କହିଛନ୍ତି ।