ମହଙ୍ଗା ହେଲା ଜେଟ ଇନ୍ଧନ ମୂଲ୍ୟ

ମହଙ୍ଗା ହୋଇପାରେ ବିମାନଯାତ୍ରା

0

(ଦିଲ୍ଲୀ) : ବିମାନଯାତ୍ରୀଙ୍କ ପାଇଁ ବଡ଼ ଖବର । ମହଙ୍ଗା ହୋଇପାରେ ବିମାନଯାତ୍ରା । ଏପ୍ରିଲର ମାସର ପ୍ରଥମ ଦିନରେ ଜେଟ ଇନ୍ଧନ ବା ଏୟାର ଟର୍ବାଇନର (ATF) ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୂଚନାନୁଯାୟୀ , ୨୦୨୨ ବର୍ଷ ଆରମ୍ଭରୁ ATF ମୂଲ୍ୟ ବୃଦ୍ଧି ପାଇଛି । ଜାନୁଆରୀ ୧ ଠାରୁ ଇନ୍ଧନ ୭ ଗୁଣ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଏଟିଏଫ୍ ମୂଲ୍ୟ ୩୮,୯୦୨.୯୨ କିଲୋଲିଟର ବା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

 

ଦେଶରେ ଗତ କିଛି ଦିନ ହେବ ପେଟ୍ରୋଲ-ଡିଜେଲର ହାର କ୍ରମାଗତ ଭାବେ ବଢୁଥିଲା। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୦୭ ଟଙ୍କା ବିକ୍ରି ହେଉଛି।