ଏବେ ଘରୋଇ ଉପାୟରେ ତିଆରି କରନ୍ତୁ ହୋଲି ରଙ୍ଗ

ବଜାର ହୋଲି ଅପେକ୍ଷା ଆପଣ ଘରେ ହର୍ବାଲ ଏବଂ ନ୍ୟାଚୁରାଲ ରଙ୍ଗ ବନାଇପାରିବେ।

0

ରଙ୍ଗର ପର୍ବ ହେଉଛି ହୋଲି । ପ୍ରତ୍ୟକ ଭାରତୀୟ ହୋଲି ଖେଳିବାକୁ ପସନ୍ଦ କରିଥାନ୍ତି । ନାଲି, ନୀଳ, ହଳଦୀଆ, ଗୋଲାପି ଆଦି ରଙ୍ଗରେ ସାରା ଦେଶ ଭିଜି ଯାଇଥାଏ ଏହି ହୋଲି ମାହୋତ୍ସବରେ । କିନ୍ତୁ ଏହି ରଙ୍ଗ ବେଳେ ବେଳେ କାଳ ହୋଇ ଯାଇଥାଏ । ଚର୍ମ କି ଆଖିରେ ଲାଗିଲେ ଜ୍ୱଳନ୍ତ ହୋଇଥାଏ । ଏପରିକି ଅନେକ ଚର୍ମ ଜନିତ ରୋଗ ଦେଖା ଦେଇଥାଏ ।

ବଜାରରେ ମିଳୁଥିବା ରଙ୍ଗରେ ପ୍ରାୟତଃ କେମିକାଲ ମିଶ୍ରଣ କରା ଯାଇଥାଏ । କିନ୍ତୁ ଥରେ ଭାବିଛନ୍ତି କି ଯଦି ଆମେ ରଙ୍ଗକୁ ବଜାରରୁ ନ ଆଣି ଘରେ ନିଜେ ବନାଇବା ତେବେ କିପରି ହେବ? ବଜାର ହୋଲି ଅପେକ୍ଷା ଆପଣ ଘରେ ହର୍ବାଲ ଏବଂ ନ୍ୟାଚୁରାଲ ରଙ୍ଗ ବନାଇପାରିବେ। ଏହି ରଙ୍ଗ ଆପଣଙ୍କ ତ୍ୱଚାକୁ କୌଣସି ପ୍ରକାର କ୍ଷତି ପହଁଚାଇ ନଥାଏ। ଖାଲି ଏତିକି ନୁହେଁ ଏହି ଘର ତିଆରି ରଙ୍ଗ ବଜାର ରଙ୍ଗ ଠାରୁ ଶସ୍ତା ବି ପଡିବ। ଏବେ ଚାଲନ୍ତୁ ଜାଣିବା କିପରି ଘରେ ପ୍ରସ୍ତୁତ କରିବା ହୋଲି ।

ହୋଲି ବନାଇବାର ସହଜ ଉପାୟ:

ଲାଲ ରଙ୍ଗ ବନାଇବାକୁ ହେଲେ ଆପଣ ବିଟକୁ ବ୍ୟବହାର କରିପାରିବେ । ସବୁଜ ରଙ୍ଗ ବନାଇବା ପାଇଁ ଆପଣ ନିମ୍ବପତ୍ରର ବ୍ୟବହାର କରିପାରିବେ । ପତ୍ରକୁ ଶୁଖାଇ ତାକୁ ତାକୁ ପେଶି ସେଥିରେ ଆରୋରୁଟ୍ ମିଶାଇ ବନାଇ ଦିଅନ୍ତୁ। ସେହିପରି ହଳଦି ରଙ୍ଗ ପାଇଁ ଆପଣ ରୋଷେଇ ହଳଦିର ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ ଏହାକୁ ସୁଗନ୍ଧ କରିବା ପାଇଁ ଗେଣ୍ଡୁ ଫୁଲ କିମ୍ବା ମନ୍ଦାର ଫୁଲର ବ୍ୟବହାର କରିପାରିବେ। ଫୁଲକୁ ମିଶାଇ ଆରୋରୁଟ୍ ମିଶାଇ ଶୁଖାଇ ପାରିବେ। ଆପଣ ଏହାର ପେଷ୍ଟ ବନାଇ ଓଦା କରି ମଧ୍ୟ ପ୍ରୟୋଗ କରିପାରିବେ।

ଘରୋଇ ରଙ୍ଗ ଲାଗାଇବାର ଉପକାରିତା:

ଘରେ ବନା ଯାଇଥିବା ରଙ୍ଗକୁ ବ୍ୟବହାର କରିବା ସବୁଠାରୁ ଭଲ ଓ ଉପକାର ଦେଇଥାଏ । କାରଣ ଏଥିରେ କୌଣସି ପ୍ରକାରର କେମିକାଲ ମିଶାଯାଇ ନଥାଏ । ବିନା କେମିକାଲ ଯୁକ୍ତ ଏହି ରଙ୍ଗର ବ୍ୟବହାର ହେତୁ ଚର୍ମ, କେଶ ଓ ଆଖି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏହା ଛଡା ଏହା ବଜାରଠାରୁ ସସ୍ତା ହୋଇଥାଏ । ଏହା ଛଡା ଏହା ଶରୀରରୁ ସହଜରେ ଛାଡିଯାଇଥାଏ ।