ଏବେ ଓଡେଶା ଆଡକୁ ମୁହାଉଛି ଋଷ ସେନା

0

ଓଡେଶା: ଋଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ଋଷସେନା ୟୁକ୍ରେନ ର ରାଜଧାନୀ ସହ ଅନେକ ଦେଶକୁ କବ୍ଚା କରିଚାଲିଛନ୍ତି । ଋଷସେନା ବନ୍ଦର ନଗରୀ ଖେରସନ୍ କବ୍ଚା କରିଥିବା କଥା ଆଜି ୟୁକ୍ରେନର ସରକାରୀ ଅଧିକାରୀମାନେ କହିଛନ୍ତି । ଏହାରେ ଆମେରିକାର ସେନା ଅଧିକାରୀ କିଛି ସମୟରେ ସୂଚନା ଦେଇଛନ୍ତିକି, କ୍ରାଇମେରିଆରୁ ବାହାରିଥିବା କିଛି ଯୁଦ୍ଧପୋତ ୟୁକ୍ରେନର ଓଡେଶା ଆଡକୁ ଯାଉଛି । ସେ ଆହୁରି କହିଛନ୍ତି, ଆଜି ୟୁକ୍ରେନର ଏହି ତୃତୀୟ ବୃହତ୍ ନଗରୀ ଉପରେ ଜଳ ଓ ସ୍ଥଳ ଆକ୍ରମଣ କରଯାଇ ପାରେ । ତାଙ୍କ ଏହି ବକ୍ତବ୍ୟରୁ ହିଁ ଅନ୍ତର୍ଜାତିକ ଗଣ ମାଧ୍ୟମ ସବୁ ରିପୋର୍ଟ କରିଛନ୍ତ ।

ରୁଷ୍ ୟୁକ୍ରେନ୍ ଆକ୍ରମଣର ୮ମ ଦିନରେ ରୁଷୀୟ ଯୁଦ୍ଧପୋତ ସବୁ କ୍ରାଇମିଆରୁ ଏବେ ୟୁକ୍ରେନୀୟ ନଗରୀ ଓଡେଶା ଅଭିମୁଖେ ଯାତ୍ରା କରୁଛନ୍ତି। ସୂଚନା ଅନୁସାରେ, ୟୁକ୍ରେନର ବଡ ବଡ ସହର କିବ୍ ଏବଂ କିବ୍ ଓବ୍ଲାସ୍ତ, ମିକୋଲାଇଭ୍, ଲିବ୍, ଝିତୋମିର୍, ଇଭାନୋ-ଫ୍ରାଙ୍କିଭ୍ସ୍, ଚେର୍ଣ୍ଣିହିଭ୍ସ ଓ ଚେର୍ଣ୍ଣିହିଭ୍ ଓବ୍ଲାସ୍ତ୍, ଜାପୋରିଝ୍ଝିଆ ଏବଂ ଓଡେଶା ଉପରେ ଋଷ ଅକ୍ତିଆର କରିବାକୁ ଲଗିଲାଣି ।