ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡ଼ିଶାରେ ଏହି ପର୍ବ ଖୁବ ଧୁମଧାମରେ ପାଳିତ ହେଉଛି । ନୁଆଁଖାଇ ବା ନବାନ୍ନ ଏକ କୃଷି ଭିତିକ ଧାର୍ମିକ ଉତ୍ସବ । ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ପକ୍ଷ ପଂଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ ଇଷ୍ଟଦେବୀଙ୍କୁ ପ୍ରଥମେ ଅମଳକ୍ଷମ ଧାନକେଣ୍ଡା ଭୋଗ ଚଢାଯାଏ ।ସମସ୍ତଙ୍କ ଘରେ ନୂଆଖାଇ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।
ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହୋଇଛି । ଠିକ୍ ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ଅନ୍ୟ ସବୁ ଜିଲ୍ଲାରେରେ ବି ଗଣପର୍ବ ନୂଆଖାଇ ପାଳିତ ହେଉଛି।
ସୁନ୍ଦରଗଡ଼ର ମା’ ସମଲେଇଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି। ଠିକ୍ ସେହିପରି କଳାହାଣ୍ଡିରେ ମଧ୍ୟ ପିତୃ ପୁରୁଷଙ୍କୁ ନବାନ୍ନ ଅର୍ପଣ କରାଯିବ ବୋଲି ଜଣାଯାଇଛି।