ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା

0

ଭୁବନେଶ୍ୱର : ନଭେମ୍ବର ୨୩ ରୁ ନଭେମ୍ବର ୩୦ ଯାଏଁ ମାଟ୍ରିକ ସମ୍ମେଟିଭ ୧ ପରୀକ୍ଷା ଦିନ ୧୦ ଟା ରୁ ଦିନ ୧୨ ଟା ପରୀକ୍ଷା ଚାଲିବ l କେବଳ ଗଣିତ ପରୀକ୍ଷା ଦିନ ୧୫ ମିନିଟ୍ ଅଧିକ ସମୟ ଦିଆଯିବ l ୨୩ ରେ ଇଂରାଜୀ ୨୫ ରେ ଗଣିତ ୨୬ ରେ ମାତୃଭାଷା ୨୭ ରେ ପ୍ରାକ୍ଟୀକାଲ୍ ୨୮ ରେ ସାଧାରଣ ବିଜ୍ଞାନ ୨୯ ରେ ସାମାଜିକ ବିଜ୍ଞାନ ୩୦ ରେ ତୃତୀୟ ଭାଷା ରହିଛି l ୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ କରିଛନ୍ତି ଫର୍ମ ଫିଲଅପ୍ l

୩୦୨୯ ପରୀକ୍ଷା କେନ୍ଦ୍ରରେ ହେବ ପରକ୍ଷା l ୩୧୬ ନୋଡାଲ ସେଣ୍ଟର ଏଠି ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ l ଆଜିଠୁଁ ବୋର୍ଡ ୱେବସାଇଟ୍ ରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ l କନ୍ଧମାଳ ୭ ମାଲକାନଗିରି ୧୦ କୋରାପୁଟ ୫ ଥାନାରେ ନୋଡ଼ାଲ ସେଣ୍ଟର୍ କରାଯାଇଛି l ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ଛଡ଼ା ଅନ୍ୟ କିଛି ନେବେନି l