ଆମେରିକା ଉପରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଘଟଣା: ନର୍ସ ଗିରଫ

0

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଜଣକ ହେଲେ ଜଣେ ମହିଳା ଓ ନର୍ସ ଭାବେ ୨୦୦୧ରୁ କାର୍ଯ୍ୟକରୁଛନ୍ତି ଜ୍ୟାକସନ ହେଲଥ ସିଷ୍ଟମରେ । ନିଭିୟାନେ ନାମକ ଗିରଫ ନର୍ସ ଫେବୃଆରୀ ୧୩ରୁ ୧୮ ମଧ୍ୟରେ କମଳା ହାରିସଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ।
ନିଭିୟାନେ ଜେଲରେ ଥିବା ତାଙ୍କ ସ୍ୱାମୀଙ୍କୁ ଜେପେ ଜରିଆରେ ପଠାଇଥିବା ଏକ ଭିଡିଓରେ କମଳା ହାରିସଙ୍କୁ କେତେ ଘୃଣା କରନ୍ତି ଓ ସେ ତାଙ୍କୁ ମାରିବାକୁ ଯାଉଥିବ।। ଜଣାଇଥିଲେ । ଏଥିସହ ଭିଡିଓରେ ତାଙ୍କୁ କହିବାର ଦେଖିବାକୁ ମିଳିଥିଲା କି, କମଳା ହାରିସ, ମୁଁ ତୁମକୁ ହତ୍ୟା କରିବାକୁ ବନ୍ଧୁକ ଦୋକାନକୁ ଯାଉଛି । ମୁଁ ଉପରବାଲା ନିକଟରେ ପ୍ରତିଜ୍ଞା କରିଛି କି ଆଜି ତୁମର ଶେଷ ଦିନ ହେବ । ନିଭିଆନେଙ୍କ ସ୍ୱାମୀଙ୍କ ନିକଟରୁ ଭିଡିଓ ପୁଲିସ ଜବତ କରିବା ପରେ ନିଭିୟାନାଙ୍କୁ ଗିରଫ କରିଛି । ଯଦିଓ ନିଭିୟାନା କହିଛନ୍ତି କି, ପୂର୍ବରୁ ହାରିସଙ୍କୁ ସେ ଉପରାଷ୍ଟ୍ରପତି ଭାବେ ଗ୍ରହଣ କରି ପାରି ନ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଚିନ୍ତାଧାରା ବଦଳି ଯାଇଛି । ତଥାପି ନିଭିୟାନାଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି ।