ନୁସରତ ଓ ତାଙ୍କ ଶିଶୁକୁ ଶୁଭକାମନା ସହ କଟାକ୍ଷ କଲେ ସ୍ୱାମୀ ନିଖିଲ ଜୈନ

ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ନିକଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।

0

(ମୁମ୍ବାଇ) : ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ନିକଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।ବର୍ତ୍ତମାନ ଉଭୟ ଅଭିନେତ୍ରୀ ଏବଂ ଶିଶୁ ସୁସ୍ଥ ଅଛନ୍ତି । ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ନୁସରତ ଜାହାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ଭୟରେ ବିଶ୍ୱାସ ଥାଏ ।’ ତେବେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ବଙ୍ଗୀୟ ଅଭିନେତା ୟସ ଦାସଗୁପ୍ତା ନୁସରତଙ୍କୁ ଡାକ୍ତରଖାନାକୁ ନେଇଥିଲେ।ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବାବେଳେ ଉଭୟ ମା ଓ ଶିଶୁଙ୍କୁ ଶୁଭକାମନା ଜଣାଇଛନ୍ତି ତାଙ୍କ ତଥାକଥିତ ସ୍ୱାମୀ ନିଖିଲ ଜୈନ ।

ସୂଚନାନୁଯାୟୀ , ଉଭୟ ମା ଓ ଶିଶୁଙ୍କୁ ଶୁଭକାମନା ଜଣାଇଛନ୍ତି ତାଙ୍କ ପୂର୍ବ ସ୍ୱାମୀ ନିଖିଲ ଜୈନ । ନିଖିଲ କହିଛନ୍ତି ଯେ, ‘ନୁସରତଙ୍କ ସହ ମୋର ମତଭେଦ ମୋତେ ନବଜାତ ଶିଶୁକୁ ଶୁଭେଚ୍ଛା ଜଣାଇବାରେ ଅଟକାଇବ ନାହିଁ। ମୁଁ ନୁସରତ ଏବଂ ପିଲାଙ୍କ ସୁସ୍ଥ ଜୀବନ କାମନା କରୁଛି। ଶିଶୁର ଜୀବନରେ ସମୃଦ୍ଧି ହେଉ । ନିଖିଲ ଏହା ମଧ୍ୟ କହିଛନ୍ତି ଯେ ସେ ନୁସରତଙ୍କ ସହ କେବେ ଭାବନାତ୍ମକ ଢଙ୍ଗରେ ଯଦିଓ ଯୋଡି ହୋଇନାହାନ୍ତି କିନ୍ତୁ ପିଲାଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।