ଆଜି ବନାନ୍ତୁ ଓଟ୍ସ ଖିରି

0

ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଓଟ୍ସ ଖିରି ।
ଆବଶ୍ୟକୀୟ ସମାଗ୍ରୀ: ଗୋଟେ କପ ସାଦା ଓଟ୍ସ,୨୦୦ ଗ୍ରାମ ଜିରୋ ଫ୍ୟାଟ କ୍ଷୀର, ୧ ଚାମଚ କିସମିସ,୧ଚାମଚ କଟା ବାଦାମ, ୨ଚାମଚ ମହୁ, ୧ ଚାମଚ କଟା କାଜୁ,୧ ଚାମଚ ଡାଳିମ୍ବ ଦାନା ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗୋଟେ ପାତ୍ରରେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ । କ୍ଷୀର ଫୁଟିଯିବା ପରେ ସେଥିରେ ଓଟ୍ସ,ବାଦାମ,କିସମିସ ପକାଇ ଅଳ୍ପ ଘାଣ୍ଟନ୍ତୁ । ଖିରି ବହଳିଆ ହୋଇଗଲେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏଥିରେ ମହୁ ମିଶାନ୍ତୁ । ଏବେ ଏକ ପାତ୍ରରେ ଖିରୀକୁ ଢାଳି ଡାଳିମ୍ବ ଦାନା ଓ କାଜୁ ପକାଇ ସର୍ଭ କରନ୍ତୁ ଓଟ୍ସ ଖିରି ।