ପବିତ୍ର ରାମନବମୀ ଉପଲକ୍ଷେ ଜଳଛତ୍ର ଅନୁଷ୍ଠିତ

0

ଚଉଦକୁଲାଟ : ଗତ କଲି ପବିତ୍ର ରାମନବମୀ ଉପଲକ୍ଷେ ଚଉଦକୁଲାଟ ମାତାପୋଲ ନିକଟରେ ମା ବୁଢ଼ୀଜଞ୍ଜାଳି ସେବା ସଂସ୍ଥା ତରଫରୁ ଏକ ଜଳଛତ୍ର ଅନୁଷ୍ଠିତ ହେଇଯାଇଛି। ସେବା ସଂସ୍ଥା ର ସଭ୍ୟମାନେ ଯଥା ସୌମ୍ୟରଞ୍ଜନ କାମିଳା,ବିଜୟ ନାୟକ,ରଶ୍ମିରଞ୍ଜନ ଶର୍ମା,ସୌଭାଗ୍ୟ ରଞ୍ଜନ ମହାନ୍ତି,ବେଣୁଧର ମଳିକ,ରଞ୍ଜନ କର,ସ୍ମୃତି ମଳିକ,ଚନ୍ଦନ ମଳିକ,ବିକାଶ ନାୟକ,ଚିନ୍ମୟ ଦାଶ ଏବଂ ଦେବାଶିଷ ଦାଶ ଜଳଛତ୍ରରୁ ସମସ୍ତ ବାଟୋଇ ମାନଙ୍କୁ ଦହି ପାଣି ସରବତ ବଣ୍ଟନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ୭ ନମ୍ବର ଯୋନର ଜିଲାପରିଷଦ ସଭ୍ୟା ଶ୍ରୀମତୀ ମଧୁଛନ୍ଦା ମହାନ୍ତି ଉପସ୍ଥିତ ଥିଲେ। ମା ବୁଢ଼ୀଜଞ୍ଜାଳି ସେବା ସଂସ୍ଥା ର ସଭ୍ୟ ମାନଙ୍କୁ ସମସ୍ତ ପ୍ରକାର ସହାୟତା କରିବାପାଇଁ ଜ୍ଞାନପ୍ରିୟ ଦାଶ,ବିଗି ମଳିକ,ନବୀନ ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ।