ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଗଣ୍ଠିବାତଦିବସ । ଅକ୍ଟୋବର ୧୨କୁ ଗଣ୍ଠିବାତ ଦିବସ ରୂପେ ରୂପେ ପାଳନ କରାଯାଇଥାଏ । କହିବାକୁ ଗଲେ ଆଜିକାଲି ଜୀବନରେ ରାକ୍ତଚାପ, ଡାଇବେଟିସ, ଓ ଗ୍ୟାସଟ୍ରିକ ଭଳି ଗଣ୍ଠିବାତ ରୋଗ ଘରେଘରେ । ପିଲା ଠାରୁ ବୃଦ୍ଧା ପର୍ଯ୍ୟନ୍ତ କାହାର ଅଣ୍ଟା ବିନ୍ଧା ହେଉଛି ତ ଆଉ କାହାର ଆଣ୍ଠୁଗଣ୍ଠି କାହାର ଗୋଡ । ତେବେ ଏହା ବିଶ୍ୱରେ ସବୁଠାରୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ପରିଗଣିତ ହେବାରେ ଲାଗିଛି । ଗଣ୍ଠିବାତ ରୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଟୋବର ୧୨ ତାରିଖକୁ ବିଶ୍ୱ ଗଣ୍ଠିବାତ ଦିବସ ଭାବେ ପାଳନ କରାଯାଉଛି ।
ଏହି ରୋଗକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ଆଇ.ଏମ. ଏସ. ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ସଚେତନତା ରାଲି କରାଯାଇଛି । ଏଥିସହ ସମ୍ ଆନେକ୍ସ ଅଡିଟୋରିୟମରେ ଆଣ୍ଠୁ ଗଣ୍ଠି ରୋଗ ଜଟିଳ ପରିସ୍ଥିତି ଦେଖା ଦେଉଥିବାରୁ ଏହାକୁ କିଭଳି ପ୍ରତିକାର ଏବଂ ସୁସ୍ଥ ହେବ ସେନେଈ ଏକ ଆଲୋଚନା ଚକ୍ର କରାଯାଇଥିଲା। ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଏବଂ ସୋଆ ବିଶ୍ଵ ବିଦ୍ୟାଳୟ ର ଭାଇସ ଚାନ୍ସେଲର ଡାକ୍ତର ଅଶୋକ ମହାପାତ୍ର।
ଏଥିସହ ଏହି ରୋଗ ରେ ବର୍ତ୍ତମାନ ଭାରତ ବର୍ଷ ରେ ୧୦ ପ୍ରତିଶତ ଗଣ୍ଠିବାତ ରୋଗୀ ଡ଼ାକ୍ତରଙ୍କ ପରାମର୍ଶ ନେଉଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ଉଭୟ ପୁରୁଷ ଏବଂ ମହିଳା ମାନେ ଏହି ଗଣ୍ଠିବାତ ରେ ପୀଡ଼ିତ। ସଠିକ୍ ସମୟରେ ଏହାର ଚିକି୍ସା କରାଗଲେ ଏହି ରୋଗ ଭଲ ହୋଇ ପାରିବ ବୋଲି ଡାକ୍ତର ଙ୍କ ମତ। ବର୍ତ୍ତମାନ ସମୟରେ ବଡ ସମସ୍ୟା ସାଜିଛି ଗଣ୍ଠି ବାତ ରୋଗ।ଯାହାକୁ ନେଇ ସମସ୍ତେ ଚିନ୍ତିତ।ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ର ଆବଶ୍ୟକତା ରହିଛି।