ଟଲିଉଡ ପରେ ଏବେ ବଲିଉଡରେ ଦେଖବାକୁ ମିଳିବ ଓଡ଼ିଆ ଝିଅ ଅପସରାଙ୍କ ଜଲୱା

0

ଭୁବନେଶ୍ୱର: ବଡ଼ ପରଦାରେ ଓଡ଼ିଆ ଝିଅଙ୍କ ଜଲୱା । ପୁଣି ବଲିଉଡରେ କମାଲ୍ ଧମାଲ୍‌ କରିବେ ଅପସରା ରାନୀ । ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଘାଇଲା କରୁଥିବା ଅପସରାଙ୍କୁ ଆପଣ ଏବେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ, ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ଖତ୍‌ରା ଡେଞ୍ଜରିଅସ୍‌ରେ ଦେଖିବାକୁ ପାଇବେ । ଯାହାର ଟିଜର ନିକଟରେ ବାଙ୍ଗାଲୋରରେ ରିଲିଜ ହୋଇ ଯାଇଛି । ଏଥିର ଓଡିଆ ଝିଅ ଅପସରା ରାନୀଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ ।

ତେବେ ଖତ୍‌ରା ଡେଞ୍ଜରିଅସ୍‌ ଫିଲ୍ମରେ ଫୁଲ ଅନ୍ ହଟ୍ ଓ ସେକ୍ସି ଅନ୍ଦାଜରେ ନଜର ଆସିଛନ୍ତି ଅପସରା । ଫିଲ୍ମର ଟିଜରରେ ଏତେ ମାତ୍ରାରେ ବୋଲଡ୍ ସିନ୍ ଦେଖି ଦର୍ଶକ ସମ୍ପୂର୍ଣ୍ଣ ଭାବେ ମତୁଆଲା ହୋଇଯାଇଛନ୍ତି ।ଫିଲ୍ମରେ ୨ ମହିଳାଙ୍କ ସମଲିଙ୍ଗୀ ସଂପର୍କ ଓ ବିବାହର କାହାଣୀରେ ଡ୍ରାମା,ଇମୋସନ,ଲଭ୍ ଭରପୂର ମାତ୍ରାରେ ଭରି ରହିଥିବା ଦେଖିବାକୁ ମିଳିଛି । ଏଥିରେ ଓଡ଼ିଆ ଝିଅ ଅପସରା ରାନୀ ଲିଡ ରୋଲରେ ଥିବା ବେଳେ, ତାଙ୍କ ବିପକ୍ଷରେ ଅଛନ୍ତି ବେଙ୍ଗଲି ନାୟିକା ନୈନା ଗାଙ୍ଗୁଲି। ସେହିଭଳି ଫିଲ୍ମରେ ୨ଟି ରୋମାଣ୍ଟିକ ଗୀତ ମଧ୍ୟ ରହିଛି । ରାମ ଗୋପାଳ ବର୍ମାଙ୍କ ଭଳି ନିର୍ଦ୍ଦେଶକଙ୍କ ବ୍ୟାନରରେ ଫିଲ୍ମ ପାଇବା ଅପସରାଙ୍କ ଲାଗି ଆଗକୁ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ଦର୍ଶକ।

ସେପଟେ ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ର ଲିଡ୍‌ରେ ରୋଲ୍‌ ରେ ଅଭିନୟ କରିଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି ଅପସରା। ଏହାସହିତ ତାଙ୍କୁ ଏପରି ଫିଲ୍ମରେ ସୁଯୋଗ ଦେଇଥିବାରୁ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି । ଏତେ ବଡ଼ ଜଣେ ନିର୍ଦ୍ଦେଶକଙ୍କ ସହ କାମ କରିବା ବହୁଡ଼ ବଡ଼ କଥା ବୋଲି କହିଛନ୍ତି ଅପସରା ।ତେବେ ଟଲିଉଡରେ ବେଶ ନାଁ କମେଇଥିବା ଓଡିଆ ଅଭିନେତ୍ରୀଙ୍କ ଫିଲ୍ମର ଏହି ଟିଜରକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ମିଲିଅନରୁ ଅଧିକ ଲୋକ ଦେଖି ସାରିଛନ୍ତି ।ଆସନ୍ତା ଏପ୍ରିଲ ୮ରେ ସିନେମାଟି ଦେଶ ବିଦେଶରେ ରିଲିଜ ହେଉଥିବା ବେଳେ ,ଅପସରା ରାନୀଙ୍କ ଏହି ସିନେମାଟିକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ସିନେ ପ୍ରେମୀ ।