ମୁମ୍ବାଇ : ପୁଣି ଥରେ ବଲିଉଡରେ ନିଜ କମାଲ ଦେଖାଇଲେ ଜଣେ ଓଡିଆ ପୁଅ । ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍ ରେ ଏଣ୍ଟ୍ରି କରି ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ । କପିଲଙ୍କ ଫିଲ୍ମରେ ନଜର ଆସିବେ ଏହି ୧୩ ବର୍ଷର ଓଡିଆ ପୁଅ ପ୍ରଜ୍ୱଳ ସାହୁ । ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଥିବା କପିଲଙ୍କ ଅଭିନୀତ ଫିଲ୍ମ ‘ଜ୍ୱିଗାଟେ’ ରେ ନଜର ଆସିବେ ଓଡିଆ ପୁଅ ଉଜ୍ୱଳ । ପୂବବର୍ଷ ଏହି ଫିଲ୍ମ ଟିର ସୁଟିଂ ଭୁବନେଶ୍ୱରରେ ହୋଇଥିବାବେଳେ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମରେ ଉଜ୍ୱଳ କପିଲ ଶର୍ମାଙ୍କ ପୁଅ ଭୂମିକାରେ ନଜର ଆସିବେ । ଉଜ୍ୱଳଙ୍କ ଦମଦାର ବଲିଉଡ୍ ଏଣ୍ଟ୍ରୀ ସହ ତାଙ୍କ ୍ଭିନୟ ଦର୍ଶକଙ୍କୁ ଖୁସି କରିପାରିବେ ବୋଲି ଅନୁମାନ କରାଯାିଛି । ଏତେ କମ୍ ବୟସରେ ବଲିଉଡରେ ନିଜର କମାଲ ଦେଖାଇବାକୁ ଯାଉଥିବାରୁ ଉଜ୍ୱଳଙ୍କ ଏ ସଫଳତା ପାଇଁ ଓଡିଶାବାସୀ ମଧ୍ୟ ବେସ୍ ଖୁସି ହେବା ସହ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
ତେବେ ଏହି ଫିଲ୍ମରେ କପିଲ ଶର୍ମାଙ୍କ ସହ ଶାହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ନଜର ଆସିବେ ।
ନନ୍ଦିତା ଦାସ, ସମୀର ନାୟର,ଦୀପକ ସେଗଲଙ୍କ ପ୍ରେଯୋଜିତ ଏହା ଏକ ଭିନ୍ନ ଧରଣର ଫିଲ୍ମ । ଏହି ଫିଲ୍ମରେ ଜଣେ କର୍ମଚାରୀ ଚାକିରି ଛାଡି କିଭଳି ଏକ ଫୁଡ୍ ଡେଲିଭରି କାମ କରି ନିଜ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛି ତାହା ଦେଖିବାକୁ ମିଳିବ ।