ଆଜି ସଂସଦ ଭବନକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୀର୍ଘ ୩ ବର୍ଷ ପରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନକୁ ଯିବେ ।

0

(ଭୁବନେଶ୍ୱର) : ଦୀର୍ଘ ୩ ବର୍ଷ ପରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନକୁ ଯିବେ । ଦିନ ୧୨ଟା ୩୦ରେ ନବୀନ ସଂସଦ ଭବନରେ ପହଞ୍ଚିବେ । ତା’ପରେ ସଂସଦ ଭବନର ବିଜେଡି କାର୍ଯ୍ୟାଳୟକୁ ଯିବେ ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଦଳର ସାଂସଦଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।