କୋଭିଡ ଲଢେଇରେ ରାଜ୍ୟ ଜାତୀୟସ୍ତରରେ ସହଯୋଗ କରିବ: ନବୀନ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଦେଶରେ ଯୁଦ୍ଧ ପରି ସ୍ଥିତି ଉତ୍ପନ ହୋଇଛି ଓ ଓଡିଶା ଜାତୀୟସ୍ତରରେ କୋଭିଡ ଲଢେଇରେ ସମସ୍ତ ପ୍ରକାରର ସହଯୋଗକୁ ତ୍ୱରାନ୍ୱିତ କରିବ । ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଉତ୍ପାଦନରେ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି ।