ନାଗପୁରରେ ‘ଓଡିଶା ମହୋତ୍ସବ – ୨୦୨୨’ ଆୟୋଜନ

0

ନାଗପୁର : ମହାରଷ୍ଟ୍ରର ନାଗପୁର ଠାରେ ବସବାସ କରୁଥିବା ଶହତ୍ସାଧିକ ଓଡିଆମାନଙ୍କ ଅନୁଷ୍ଠାନ ‘ଓଡିଆ ସମାଜ ନାଗପୁର’ ଆନୁକୁଲ୍ୟରେ ଓଡିଶା ମହୋତ୍ସବ-୨୦୨୨ ଏପ୍ରିଲ ମାସ ୧୬ ତାରିଖ ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ ଡକ୍ଟର ବସନ୍ତ ରାଓ ଦେଶପାଣ୍ଡେ ମେମୋରିଆଲ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଯାଉଛି ।

 

ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କଟକର ନୃତ୍ୟାନୁଷ୍ଠାନ, ‘ନୃତ୍ୟଶାଳା’ ସଂସ୍କୃତି କେନ୍ଦ୍ରର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓଡିଆ ଅଧ୍ୟାପକ ତଥା ଅନ୍ତଃର୍ଜାତୀୟ କଥକ ନୃତ୍ୟପଟୟସି ସଙ୍ଗୀତ ସାହୁ ଓଡିଶୀ କଥକ ଓ ଲୋକନୃତ୍ୟ ପ୍ରଦର୍ଶନ କରିବେ । ଏହି ଉତ୍ସବରେ ଓଡିଶାରେ ଖାଦ୍ୟପେୟ, ବେଶ ପୋଷାକ ଏବଂ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଏକ ସ୍ୱତନ୍ତ୍ର ସମାବେଶ ଘଟିବ ବୋଲି ଓଡିଆ ସମାଜ ନାଗପୁରର ସଭାପତି ଶ୍ରୀଯୁକ୍ତ ଅନୁପକୁମାର ସତପଥୀ ଏବଂ ସଚିବ ଗଣେଷ ଚନ୍ଦ୍ର ଦାସ ଜଣାଇଛନ୍ତି ।