୨୪ ଘଣ୍ଟା ମଧ୍ୟରେ ୨୫୦ ଟନ୍ ଅକ୍ସିଜେନ୍ ଦାନ କଲେ ନବୀନ

0

ଭୁବନେଶ୍ୱରରେ: ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟକୁ ପ୍ରାୟ ୨୫୦ ଟନ୍ ଅକ୍ସିଜେନ୍ ପଠାଇ ସାରିଲାଣି ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ୬ଟି ରାଜ୍ୟକୁ ଲଗାତାର ଭାବେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ରାଜ୍ୟର ବଳକା ଅକ୍ସିଜେନ୍ ବାହାର ରାଜ୍ୟକୁ ପଠାଯିବ । ଯେକୌଣସି ରାଜ୍ୟରେ ଅକ୍ସିଜେନ୍ ଦରକାର ହେଲେ ଓଡିଶା ଯୋଗାଇଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜପୁର ସ୍ଥିତ କଳିଙ୍ଗନଗର ଟାଟା ଷ୍ଟିଲ୍, ଜେଏସ୍ପିଏଲ୍, ଢେଙ୍କାନାଳ ସ୍ଥିତି ଭୂଷଣ ଷ୍ଟିଲ ଓ ଜେଏସ୍ଏଲ୍ରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ପାଇଁ ନିର୍ଦେଶ ଦିଆଯାଇଛି ।