ଭୁବନଶ୍ୱର : ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ରହିଛନ୍ତି ଓଡ଼ିଶାରେ। ଏଭଳି ସୂଚନା ସଂସଦରେ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ଓଡ଼ିଶାରେ୧୭ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି। ଦେଶରେ ପ୍ରଥମରେ ବୁଲା କୁକୁର ରହିଛନ୍ତି ଉତ୍ତରପ୍ରଦେଶରେ ପରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ରହିଛନ୍ତି ।
ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ବାର୍ଷିକ ୨ କୋଟିରୁ ଅଧିକ ଖର୍ଚ୍ଚ କଲେ ବି ଏହା ଉପରେ ରୋକ ଲାଗି ପାରିନି । ସେହିପରି ଫିସରିସ୍ ଆଣ୍ଡ ଆନିମଲ୍ ରିସର୍ଚ୍ଚ ଡେଭଲମେଣ୍ଟ ଡିପାର୍ଟମେଣ୍ଟ-FARD ବି ଏନେଇ ପ୍ରତିକ୍ରିୟା ରଖିଛି । ସମ୍ବଳ ଅଭାବ ଯୋଗୁଁ ଆବଶ୍ୟକ ମୁତାବକ କୁକୁର ବନ୍ଧ୍ୟାକରଣ ଦେଶରେ ହୋଇପାରୁନି ବୋଲି FARD ପକ୍ଷରୁ କୁହାଯାଇଛି ।
କାରଣ ୨୦୧୯ ପଶୁ ଗଣନା ଅନୁସାରେ, ଓଡ଼ିଶାରେ ୧୭ ଲକ୍ଷ ୩୪ ହଜାର ଅଛନ୍ତି ବୁଲା କୁକୁର । ଓଡ଼ିଶାରେ ୨୦୧୨ରେ ୮ ଲକ୍ଷ ୬୨ ହଜାର ବୁଲା କୁକୁର ଥିବା ବେଳେ ୨୦୧୯ରେ ଏହା ଦ୍ୱିଗୁଣିତ ହୋଇଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବାକୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ।