ଆଜିଠାରୁ ଆରମ୍ଭ ହେବ ଓଡିଶା ହକି ଫିଭର

0

ବ୍ୟୁରୋ:ଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ଭାରତ ଓ ନ୍ୟୁଜଲାଣ୍ଡ । ଓଡିଶା ତରଫରୁ ଆୟୋଜିତ ହୋଇଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ – ଲିଗ ର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ କରିବେ ଏହି ଦୁଇ ଦଳ । ଏ ନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏହାର ମଜା ନେବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସଂଦ୍ଧ୍ୟା ୭ଟାରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବ । ତେବେ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ହରମନପ୍ରୀତ ସିଂ ଦଳର ନେତୃତ୍ୟ ନେଉଥିବାରୁ ମ୍ୟାଚଟି ରୋମାଚଂକ ହେବ ବୋଲି ଆଶା କରାଯାଉଛି । କଳିଙ୍ଗ ଷ୍ଟାଡିୟମରେ ମୋଟ ୬ ଟି ମ୍ୟାଚ ଖେଳାଯିବ ।