ଓଡ଼ିଶା ସାଜିଛି ସଂକଟମୋଚକ

0

ଭୁବନେଶ୍ୱର(ରିପୋଟର୍ସ ଟୁଡେ): ସାରା ଦେଶରେ କୋରୋନାର ଦ୍ୱିତୀୟ ଲହରୀ ହାହାକାର ପକାଇଛି । ଦିନକୁ ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହା ଏବେ ସରକାରଭ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ମହାମାରୀରୁ ଦେଶବାସୀଙ୍କୁ କିପରି ରକ୍ଷା କରିବେ ଏ ନେଇ ସରକାର ଚିନ୍ତା କରୁଥିବା ବେଳେ ଅକ୍ସିଜେନ ସଂକଟ ଏବେ ସରକାରଙ୍କ ପାଖରେ ଆଉ ଏକ ନୂଆ ସମସ୍ୟା ରୂପରେ ଉଭା ହୋଇଛି । ବିଭିନ୍ନ ରାଜ୍ୟ ଗୁଡ଼ିକରେ ଦିନକୁ ଦିନ ଅକ୍ସିଜେନ ପାଇଁ ହଜାର ହଜାର ଲୋକଙ୍କ ଜୀବନ ବାଜିରେ ଲାଗୁଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ଦେଶ ପାଇଁ ଓଡ଼ିଶା ସାଜିଛି ସଙ୍କଟମୋଚକ । ଦେଶରେ ମୋଟ ୧୦ଟି ରାଜ୍ୟରୁ ଆସିଥିବା ଅକ୍ସିଜେନର ପରିମାଣ ୬,୩୫୪.୭୪୨ ମେଟ୍ରିକ ଟନ ହୋଇଥିବା ବେଳେ କେବଳ ଓଡ଼ିଶା ହିଁ ସମାନ ପରିମାଣର ଅକ୍ସିଜେନ ଯୋଗାଇ ସାରିଛି । ୧୦ଟି ରାଜ୍ୟ ମୋଟ ୪୫ଟି ଅକ୍ସିଜେନ ଟ୍ୟାଙ୍କର ପଠାଇଥିବା ବେଳେ ଓଡ଼ିଶାରୁ ୪୫ଟି ଟ୍ୟାଙ୍କର ଅକ୍ସିଜେନ ବିଭିନ୍ନ ହସ୍ପିଟାଲରେ ପହଞ୍ଚିପାରିଛି । ଦେଶର ଏଭଳି ବିପଦ ସମୟରେ ସାରା ଦେଶକୁ ଓଡ଼ିଶା ଅକ୍ସିଜେନ ବିପୁଳ ପରିମାଣରେ ଯୋଗଉଥିବାରୁ ରାଜ୍ୟ ପାଇଁ ଏବେ ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ଆଗକୁ ଓଡ଼ିଶା ଆହୁରି ଅକ୍ସିଜେନ ଯୋଗାଇବ ବୋଲି ଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର ।