ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳୁଛି ପୁରସ୍କାର,ମୁମ୍ବାଇରେ ସମ୍ମାନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ପୁଣି ଜାତୀୟ ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଓଡିଶା ପାଇଁ ଆସୁଛି ଗର୍ବର ମୁହୁର୍ତ୍ତ । ମୁମ୍ବାଇରେ ସମ୍ମାନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳୁଛି ପୁରସ୍କାର । କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଦିଗରେ ଯେଉଁଭଳି ଅଗ୍ରଗତି ଘଟିଛି ତାହା ଉଲ୍ଲେଖନୀୟ । ତେବେ ଓଡିଶାରେ ଦ୍ୱିତୀୟଥର ପାଇଁ ହକିବିଶ୍ୱକପ ଅୟୋଜନ କରାଯାଇଥିଲା । ଫଳରେ ଅନେକ ରାଜ୍ୟରୁ ଛୁଟିଥିଲା ଶୁଭେଚ୍ଛାର ସୁଅ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ଯାହାଥିଲା ଓଡିଶା ପାଇଁ ସବୁଠାରୁ ଗର୍ବ ଆଉ ଗୈାରବ । ଆଉ ସେବେଠାରୁ ସମସ୍ତ ଦୃଷ୍ଟିକୋଣକୁ ପରିଲିଖିତ କରି ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳିବାକୁ ଯାଉଛି ଏହି ସମ୍ମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରିବାର କାର୍ୟ୍ୟକ୍ରମ ରହିଛି । ଏକ ଭବ୍ୟ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ।