ଗଂଜେଇ ଜବତରେ ଓଡିଶା ଦ୍ୱିତୀୟ

0

ଦେଶରେ ବୃଦ୍ଧି ପାଉଛି ଗଂଜେଇ ଚାଷ । ଦେଶରେ ଗଂଜେଇ ଚାଷ ଉପାଦନରେ ଓଡିଶା ଦ୍ୁିତୀୟ । କେବଳ ଗଂଜେଇ ନୁହେଁ ବରଂ ହେରୋଇନ ବି ବୃଦ୍ଧି ପାଇଛି । ଯାହାକୁ ନେଇ ଏନ୍ସିବି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଉଲେଖ୍ୟ ରହିଛି ୨୦୨୧ ରେ ଓଡିଶାରୁ ୧୭୧ ଟନ୍, ୭ କୁଇଣ୍ଟା, ୧୩ କେଜି ଗଂଜେଇ ଜବତ ହୋଇଛି । ସେହିଭଳି ଆନ୍ଦ୍ରପ୍ରଦେଶରୁ ୨୦୦ ଟନ୍, ୫ କୁଇଣ୍ଟା, ୮୮ କେଜି ଗଂଜେଇ ଜବତ ହୋଇଥିବା ବେଳେ ଦେଶର ପ୍ରଥମ ସ୍ଥାନରେ ରହିଛି ଆନ୍ଦ୍ରପ୍ରଦେଶ । ୨୦୨୦ ରେ ଓଡିଶାରୁ ୧୩୮ ଟନ, ୪ କୁଇଣ୍ଟାଲ, ୩୨ କେଜି ଗଂଜେଇ ଜବତ ହୋଇଥିଲା । ରିପୋର୍ଟ ଅନୁସାରେ ୨୦୨୧ରେ ଦେଶରେ ଡ୍ରଗ ଲ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୁାରା ୭୪୯ ଟନ୍, ୭ କୁଇଣ୍ଟାଲ, ୬୧ କେଜି ଗଂଜେଇ ଜବତ କରାଯାଇଥିଲା । ୨୦୨୦ ରେ ଏହି ପରିମାଣ ଥିଲା ୫୮୧ ଟନ,୍ ୬ କୁଇଣ୍ଟାଲ, ୪୪ କେଜି । ରିପୋର୍ଟ ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡିଶା,ଗୁଜୁରାଟ,ମହାରାଷ୍ଟ୍ର,ହିମାଚଳ ପ୍ରଦେଶ, ଜାମ୍ୁ ଓ କାଶ୍ମୀର, ତ୍ରିପୁରା ଓ ତେଲେଙ୍ଗାନାରେ ୨୭ ହଜାର ୫୧୦ ଏକର ଜମିରେ ବେଆଇନ ଗଂଜେଇ ଚାଷ ଚିହ୍ନଟ ହୋଇଥିଲା । ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ନଷ୍ଟ କରିଥିଲା । ୨୦୨୦ରେ ଏହି ଜମିର ପରିମାଣ ଥିଲା ୨୧ ହଜାର ୫୫୯ ଏକର । ଓଡିଶା ସମେତ ଆସାମ,ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ,ନାଗାଲାଣ୍ଡ,ମହାରାଷ୍ଟ୍ର ଓ ଛତିଶଗଡ ଗଂଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି । କେବଳ ଗଂଜେଇ ନୁହେଁ ୨୦୨୧ ରେ ଓଡିଶାରୁ ୪୯.୬୩ କେଜି ହେରୋଇନ ବି ଜବତ କରାଯାଇଥିଲା । ୨୦୨୦ ରେ ଏହାର ପରିମାଣ ଥିଲା ୩୪.୨୩ କେଜି । ସେହିଭଳି ରାଜ୍ୟରେ ୩୦,୦୧ ଅଫିମ ଜବତ ହୋଇଥିବା ବେଳେ ୨୦୨୦ ରେ ଏହା ୦.୯୫ କେଜି ଥିଲା । ଏଥିପାଇଁ ରାଜ୍ୟରେ ଡ୍ରଗସ ସମ୍ଭଦ୍ଧୀୟ ମାମଲା ଓ ଗିରଫଦାରୀ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୦୨୧ ରେ ୧୭୦୦ ଟି ଡ୍ରଗସ ସମ୍ଭଦ୍ଧୀୟ ମାମଲାରେ ୨୬୮୩ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୨୦ରେ ୧୨୪୬ ଟି ଡ୍ରଗସ ସମ୍ଭଦ୍ଧୀୟ ମାମଲାରେ ୨୦୭୮ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୬-୧୭ ରୁ ୨୦୨୦-୨୧ ମଧ୍ୟରେ ଓଡିଶାର ଡ୍ରଗସ ସମ୍ଭଦ୍ଧୀୟ ନିରାକରଣ ପାଇଁ ୧ କୋଟି ୨୧ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି ।