ଓଡ଼ିଶା ପୁରୁଷ ୨୦୨୩ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଲା ଖେଳସୂଚୀ

0

ଭୁବନେଶ୍ୱର : FIH ଓଡ଼ିଶା ପୁରୁଷ ୨୦୨୩ ହକି ବିଶ୍ୱକପ ପାଇଁ ପ୍ରକାଶ ପାଇଲା ଖେଳସୂଚୀ । ଜାନୁଆରୀ ୧୩ ତାରିଖରେ ଭୁବନେଶ୍ୱରରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ । ସାମ୍ନାସାମ୍ନି ହେବେ ସାଉଥ୍‌ ଆଫ୍ରିକା-ଆର୍ଜେଣ୍ଟିନା ।ପ୍ରଥମଥର ପାଇଁ ହକି ବିଶ୍ୱ କପରେ ସାମିଲ ହେବେ ଚିଲି ଓ ୱେଲ୍ସ ।ତେବେ ଟିମଗୁଡିକୁ ଚାରୋଟି ପୁଲରେ ବିଭାଜିତ କରାଯାଇଛି । ପୁଲ-ଏ ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣଆଫ୍ରିକା । ପୁଲ-ବି ରେ ବେଲଜିଅମ, ଜର୍ମାନୀ, କୋରିଆ, ଜାପାନ । ପୁଲ-ସି ରେ ନେଦରଲ୍ୟାଣ୍ଡସ, ନିଉଜିଲ୍ୟାଣ୍ଡ, ମାଲାସିଆ, ଚିଲ୍ । ପୁଲ-ଡି ରେ ଭାରତ, ଇଂଲଣ୍ଡ, ସ୍ପେନ, ୱେଲ୍ସ ରହିଛନ୍ତି । ପୁରୁଷ ହକି ବିଶ୍ୱକପ୍‌ରେ ଖେଳାଯିବ ମୋଟ ୪୪ଟି ମ୍ୟାଚ । ପ୍ରଥମ ଥର ପାଇଁ ରାଉରକେଲାରେ ଖେଳାଯିବ ବିଶ୍ୱକପ୍‌ ହକି ମ୍ୟାଚ । ବିର୍ସା ମୁଣ୍ଡ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଭାରତ-ସ୍ପେନ | ପ୍ରଥମ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ । ସଂଧ୍ୟା ୫ଟାରେ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ମୁକାବିଲା ଏବଂ ଦ୍ୱିତୀୟଟି ଭାରତ-ସ୍ପେନ୍‌ ମଧ୍ୟରେ ଖେଳାଯିବ । ଜାନୁଆରୀ ୨୯ରେ ସନ୍ଧ୍ୟା ୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ ।