ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଥିବା ଓଡ଼ିଆ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା
ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଥିବା ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କଲା ଓଡ଼ିଶା ଅଲିମ୍ପିକ୍ ସଂଘ । ଏନେଇ ଆଜି ସଂଘ ତରଫରୁ ସୂଚନା ଦିଆଯାଇଛି ।
(ଭୁବନେଶ୍ୱର) : ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଥିବା ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କଲା ଓଡ଼ିଶା ଅଲିମ୍ପିକ୍ ସଂଘ । ଏନେଇ ଆଜି ସଂଘ ତରଫରୁ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ , ସ୍ୱର୍ଣ୍ଣପଦକ ବିଜୟୀଙ୍କୁ ୫ ଲକ୍ଷ, ରୌପ୍ୟ ପଦକ ବିଜୟୀଙ୍କୁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ବିଜୟୀ ହେଲେ ଲକ୍ଷେ ଟଙ୍କା ଦିଆଯିବ । ସୂଚନାଯୋଗ୍ୟ, ଓଡ଼ିଶାରୁ ୬ ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି । ଏଥିରେ ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି । ସେହିପରି ଆଥ୍ଲେଟିକ୍ସରେ ଦୂତି ଚାନ୍ଦ ଓ ପାରା ଅଲିମ୍ପିକ୍ସରେ ବ୍ୟାଡ୍ମିଣ୍ଟନ ତାରକା ପ୍ରମୋଦ ଭଗତ । ଓଡ଼ିଶା ଅଲିମ୍ପିକ୍ ସଂଘ ସଭାପତି ଜଗମୋହନ ପଟ୍ଟନାୟକ ଓ ସମ୍ପାଦକ ଅଭିଜିତ ପଲ୍ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।