ଆସନ୍ତାକାଲିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ ଆରମ୍ଭ

ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଓପନ (ସୁପର-୧୦୦) ବ୍ୟାଡମିଣ୍ଟନ ।

0

(ଭୁବନେଶ୍ୱର) :  ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଓପନ (ସୁପର-୧୦୦) ବ୍ୟାଡମିଣ୍ଟନ । ରବିବାର ୧୦୦ରୁ ଊଦ୍ଧ୍ୱର୍ ଖେଳାଳି ଆସି ଭୁବନେଶ୍ୱର ପହଞ୍ଚି ସାରିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖେଳାଳିମାନେ ପହଞ୍ଚିବା ମାତ୍ରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି ।

 

ସୂଚନାନୁଯାୟୀ , ଖେଳାଳି ଓ ଅଫିସିଆଲ ମାନଙ୍କର ନିୟମିତ କୋଭିଡ୍‌ ପରୀକ୍ଷା କରାଯିବ । ସମସ୍ତେ ଜୈବ ସୁରକ୍ଷା ବଳୟ ମଧ୍ୟରେ ରହିବେ । ଅଭ୍ୟାସ ଓ ମ୍ୟାଚ୍‌ ଖେଳିବା ପାଇଁ ଯିବା ସମୟରେ ସେମାନେ ସ୍ୱତନ୍ତ୍ର ବସ୍‌ରେ ଯାତ୍ରା କରିବେ । ପ୍ରତିଯୋଗିତାରେ ୩୦୦ ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ କ୍ରୀଡ଼ା ବିଭାଗ, ଭାରତୀୟ ବ୍ୟାଡମିଣ୍ଟନ ସଂଘ ଓ ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ମିଳିତ ଆୟୋଜନରେ ପ୍ରଥମ ଥର ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇ ଷ୍ଟାଡିୟମ ପ୍ରବେଶ କରିବାର ନିୟମ କରାଯାଇଛି।