ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟି ଓଡିଶାବାସୀଙ୍କ ତରଫରୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ।ଐତିହ୍ୟ ଗ୍ରାମ ରଘୁରାଜପୁରର ଅପିନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ ଏହି ପଟ୍ଟଚିତ୍ର ବିଶ୍ୱ ଦରବାରରେ ପହଞ୍ଚାଇଛି ଉତ୍କଳୀୟ ମହାନ କଳାକୀର୍ତ୍ତିର ସ୍ମାରକୀ । ଅପିନ୍ଦ୍ରଙ୍କ ଦ୍ୱାରା ନିର୍ମିତ ଏହି ପଟ୍ଟଚିତ୍ର ପୋପଙ୍କ ପାଖରେ ପହଞ୍ଚିବ ବୋଲି ଅପିନ୍ଦ୍ର କେବେବି ଭାବି ନଥିଲେ । ହେଲେ ଏହି ପଟ୍ଟଚିତ୍ରକୁ ପୋପଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରଘୁରାଜପୁରର ନାମ ଓ ଗାରିମାକୁ ବୃଦ୍ଧି କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଅପିନ୍ଦ୍ର ଭୂୟସୀ ପ୍ରଶଂସା କରିଥିବା ବେଳେ ସରକାରଙ୍କ ଏଭଳି କାର୍ଯ୍ୟକୁ ନେଇ ଧନ୍ୟବାଦ ଜଣାଇଛନ୍ତି ।