ଦିଲ୍ଲୀ ପାଇଁ ସଂକଟ ମୋଚକ ସାଜିଛି ଓଡିଶା

0

ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ସଙ୍କଟ ମୋଚକ ହୋଇ ଠିଆହୋଇଛି ଓଡିଶା । ବର୍ତ୍ତମାନ ଦିଲ୍ଲୀରେ ଅକ୍ସିଜେନ ଅଭାବ ଉଗ୍ର ହେବାରେ ଲାଗଇଛି । ଦିଲ୍ଲୀକୁ ଏହି ଅକ୍ସିଜେନ ସଙ୍କଟରୁ ରକ୍ଷା କରିବା ପାଇଁ ଓଡିଶା ଅଣ୍ଟା ଭିଡିଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆର୍‌ଏସ୍‌ପି) ଓ କଳିଙ୍ଗ ନଗର ଟାଟା ଷ୍ଟିଲ୍ ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇଦେବାକୁ ଯାଉଛି। ଆରଏସପି ଦୈନିକ ୪୦ ମେଟ୍ରିକ ଟନ୍ ଓ ଟାଟା ଷ୍ଟିଲ୍ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଦେବାକୁ ନିଷ୍ପତ୍ତି ହେଉଛି। ଏଥିପାଇଁ ଓଡ଼ିଶା ସରକାର ସହାୟତା ଯୋଗାଇବେ। ଅକ୍ସିଜେନ ପାଇଁ ଷ୍ଟିଲପ୍ଲାଣ୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏବେ ଦୈନିକ ୨୮ଟି ଷ୍ଟିଲପ୍ଲାଣ୍ଟରୁ ୧୫ଶହ ମେଟ୍ରିକ ଟନ ଅକ୍ସିଜେନ୍ ଦିଆଯାଉଛି। ମେଡିକାଲ ପାଇଁ ଏବେ ଷ୍ଟିଲପ୍ଲାଣ୍ଟରେ ୩୦ ହଜାର ଟନ ଅକ୍ସିଜେନ୍ ଗଚ୍ଛିତ ଅଛି। କରୋନା ହେବାଠାରୁ ଏଯାବତ ୧.୩ ଲକ୍ଷ ଟନ ଅକ୍ସିଜେନ ଦେଲେଣି ଷ୍ଟିଲ ପ୍ଲାଣ୍ଟ। ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିର୍ଦ୍ଦେଶରେ ୨୪ ଘଣ୍ଟା ଅକ୍ସିଜେନ ଉତ୍ପାଦନରେ ଲାଗିଛନ୍ତି ଷ୍ଟିଲ ପ୍ଲାଣ୍ଟ।