ନବୀନଙ୍କୁ ଧନ୍ୟବାଦ ଜଣାଇଲେ କେଜରିୱାଲ

0

ନୂଆଦିଲ୍ଲୀ : ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅମ୍ଲଜାନ ଯିବ । ଆଜି ଏନେଇ ସାମ୍ବିଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ । ଏହାସହ କେନ୍ଦ୍ର ଓ ଦିଲ୍ଲୀ ହାଇକୋର୍ଟକୁ ପ୍ରଶଂସା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀର ଆବଶ୍ୟକୀୟ ଅମ୍ଲଜାନ ଚାହିଦାକୁ ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ଅଧିକ ମାତ୍ରାରେ ଅମ୍ଲଜାନ ପହଞ୍ଚାଇବାକୁ ବିଭିନ୍ନ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟରୁ ଦିଲ୍ଲୀକୁ ଅମ୍ଳଜାନ ଆସୁଛି କିନ୍ତୁ ତାହା ଠିକ ସମୟରେ ପହଞ୍ଚୁନଥିବା କହିଛନ୍ତି କେଜରିୱାଲ । ଏହି ମହାମାରି ସମୟରେ ସମସ୍ତ ରାଜ୍ୟ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ କେଜରିୱାଲ କହିଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ଯାହା ବି ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଯଦି ଦିଲ୍ଲୀ ପାଖରେ ଅଧିକ ଔଷଧ ରହିଛି ଓ ରୋଗୀ କମ ଅଛନ୍ତି ତେବେ ଅନ୍ୟ ରାଜ୍ୟକୁ ଔଷଧ ପଠାଇବେ ଦିଲ୍ଲୀ ସରକାର । ଦିଲ୍ଲୀରେ ଅମ୍ଲଜାନର ପ୍ରବଳ ମାତ୍ରାରେ ଅଭାବ ଦେଖିବାକୁ ମିଳୁଥିବା ବେଳେ କେହି ରୋଗୀ ଯେପରି ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ ନ କରନ୍ତି ସେଥିପାଇଁ ମିଶନ ମୋଡରେ କାମ କରୁଛନ୍ତି କେଜ୍ରିୱାଲ ସରକାର । ହସ୍ପିଟାଲଗୁଡିକ ଉପରେ ନଜର ରଖାଯିବା ସହ ରୋଗୀଙ୍କୁ ସେବା ଯୋଗାଇଦେବା ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି କେଜରିୱାଲ କହିଛନ୍ତି ।