ରାଜ୍ୟ ସରକାରଙ୍କ ଅଧିନରେ ସମସ୍ତ ପୋଲିସ କର୍ମଚାରୀ କାମ କରୁଛନ୍ତି:ବିଜେପି

0

ଭୁବନେଶ୍ୱର: ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ମନ୍ତବ୍ୟ ଉପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। BJP ର ଅଭିଯୋଗ ଥିଲା କି ମନ୍ତ୍ରୀଙ୍କ ବୟାନ ସୂଚାଉଛି ଯେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ମନୋଭାବ କଣ । ଏଥିରୁ ସ୍ପଷ୍ଟ ଓଡ଼ିଶାରେ ଦଳିତ ଆଦିବାସୀଙ୍କ ଉପରେ ନିର୍ଯ୍ୟାତନା କମ ହେଉ ନାହିଁ । ରାଜ୍ୟ ସରକାରଙ୍କ ଅଧିନରେ ସମସ୍ତ ପୋଲିସ କର୍ମଚାରୀ କାମ କରୁଛନ୍ତି । ଗୃହ ରାଷ୍ଟ୍ର ମନ୍ତ୍ରୀ ହିସାବରେ ଏ କଥା କହିଲା ବେଳେ ସେ ପ୍ରମାଣିତ କରୁଛନ୍ତି ଯେ ଓଡିଶା ପୋଲିସ ଉପରେ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ କି ମହିଳା କମିଶନଙ୍କ ଉପରେ ବି ନାହିଁ ।ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ସମସ୍ତ ଦଳିତ ଓ ଆଦିବାସୀ ମାନଙ୍କ ପ୍ରତି ଘୋର ଅପମାନ । ତେଣୁ ବିଜେପି ଦାବି କରୁଛି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ ।