ମୁମ୍ବାଇରେ ଓଡିଆଣୀଙ୍କ ଧମାଲ

0

ଢେଙ୍କାନାଳ: ମୁମ୍ବାଇରେ ଦେଖିବାକୁ ମିଳିଛି ଓଡିଆ ଝିଅଙ୍କ କମାଲ । ମିସନ ଡ୍ରିମ୍ସ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ ମୁକୁଟରେ ସଜ ହେଲେ ଓଡିଆ ଝିଅ । ଏମିତି କରି ସେ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । କେବଳ ସେତିକି ନୁହେଁ ଏହି ପ୍ରତିଯୋଗିତାରେ ସେ ଆହୁରି ଏକ କାମ କରିଛନ୍ତି ଯାହା ଓଡିଶା ସହ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଆସନ୍ତୁ ଜାଣିବା ସମ୍ପୂଣ୍ଣ;ର୍ ଖବର ।
ଢେଙ୍କାନାଳ କାମାକ୍ଷାନଗର ଅଁଳାବେରେଣୀର ସୁନାଝିଅ ଜଗତଜିତା । ପେଷାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର । କିନ୍ତୁ ମୁମ୍ବାଇରେ ଆୟୋଜିତ ମିସନ ଡ୍ରିମ୍ସ ମିସ ଇଣ୍ଡିଆ ପ୍ରତିଯୋଗିତାର କଷ୍ଟ୍ୟୁମ ରାଉଣ୍ଡରେ ସେ କରିଛନ୍ତି କିଛି ନିଆରା । କୋଟି କୋଟି ଓଡିଆଙ୍କ ମଉଡମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧରି ଶାଢୀ ପିନ୍ଧି ରାମ୍ପରେ ଚାଲିଥିଲେ ଜଗତଜିତା । ତାଙ୍କର ଏପରି ଏକ ନିଆରା ବେଶଭୂଷା ଏବଂ ଠାଣି ଉପସ୍ଥିତ ଦର୍ଶକଙ୍କଠାରୁ ବିଚାରକମଣ୍ଡଳୀ ପର୍ଯ୍ୟନ୍ତ ସମସ୍ତଙ୍କ ମନ କିଣି ନେଇଥିଲା । ପିଲାଦିନୁ ସେ ଅନେକ ପ୍ରତିଭାର ଅଧିକାରୀ । ସ୍କୁଲ ପଢିବା ସମୟରୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ହାତେଇଛନ୍ତି। ଆଗକୁ ଚାକିରି ସହ ଜଗତଜିତା ବୃଦ୍ଧାଶ୍ରମ ଏବଂ କିନ୍ନରଙ୍କ ଉପରେ କାମ କରିବାକୁ ଚାହାନ୍ତି। ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠିଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଜଗତଜିତା ।