ଧାମନଗର ଉପ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

0

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ଧାମନଗର ଉପ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ। ପ୍ରକାଶ ପାଇଛି ବିଜ୍ଞପ୍ତି। ୨ ଲକ୍ଷ ୩୮ ହଜାର ୩୬୦ ଜଣ ଭୋଟର ଅଛନ୍ତି। ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର, ୧ ଲକ୍ଷ ୧୫ ହଜାର ୩୧୪ ଜଣ ମହିଳା ଭୋଟର ଅଛନ୍ତି। ୨୫୨ଟି ବୁଥ ଅଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଙ୍ଗ ହେବ। ୧୪ ଅକ୍ଟୋବର ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସେହିମାନେ ହିଁ ଭୋଟ ଦେବେ। ୮୦ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତି ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ଭୋଟ ଦେବା ପାଇଁ ପୂର୍ଵରୁ ଆବେଦନ କଲେ ଘରେ ଭୋଟ ଦେଇପାରିବେ। ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି କୋଭିଡ ଗାଇଡ଼ ଲାଇନ ନାହିଁ।