ବିଶ୍ୱ ବଜାରରେ କମୁଛି ଅଶୋଧିତ ତୈଳ ଦର

ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର

0

ନୂଆଦିଲ୍ଲୀ: ଗତ ୪ ମାସ ମଧ୍ୟରେ ବିଶ୍ୱ ବଜାରରେ ତୈଳ ଦର ହ୍ରାସ ପାଇବାରେ ଲାଗିଛି। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଖସିବାର ନାଁ ଧରୁନି। ବିଶ୍ୱର ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଲେ ଦେଶରେ ତୈଳ ଦର ହ୍ରାସ ଘଟିବ ବୋଲି ଦେଶବାସୀ ଆଶାବାଦୀ ଥିଲେ। କିନ୍ତୁ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦେଶରେ ତୈଳ ଦରକୁ ନେଇ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। କାରଣ ପେଟ୍ରୋଲିୟମ ସାମଗ୍ରୀର ଦର ବଢିବା ଫଳରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଥିଲା। ଯଦି ପେଟ୍ରୋଲିୟମ ସାମଗ୍ରୀର ଦର କମିଯାଆନ୍ତା ତାହାଲେ ଅତ୍ୟାବଶ୍ୟକ ସାମଗ୍ରୀର ଦର କମିଯାଆନ୍ତା ବୋଲି ଆଶା ପ୍ରକଟ କରାଯାଇଛି। ସଂପ୍ରତି ଦେଶର ପ୍ରମୁଖ ସହର ଯଥାକ୍ରମେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦର ୯୬.୭୨ ଟଙ୍କା ରହିଥିବାବେଳେ ୮୯.୬୨ ଟଙ୍କା ରହିଛି। ସେହିପରି କଲିକତାରେ ପେଟ୍ରୋଲ ଦର ୧୦୬ ଟଙ୍କାର ରହିଥିବା ବେଳେ ଡିଜେଲ ଦର ୯୨.୭୬ ଟଙ୍କା ରହିଛି। ବାଣିଜ୍ୟିକ ସହର ମୁମ୍ବାଇରେ ପେଟ୍ରୋଲ ଦର ୧୦୬ ଟଙ୍କା ରହିଥିବାବେଳେ ଡିଜେଲ ଦର ୯୪.୨୮ ଟଙ୍କା ରହିଛି। ଚେନ୍ନାଇରେ ୧୦୨.୬୩ ଟଙ୍କା ରହିଥିବାବେଳେ ଡିଜେଲ ଦର ୯୪.୨୪ ଟଙ୍କା ରହିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ୧୦୨.୯୬ ଟଙ୍କା ରହିଥିବାବେଳେ ଡିଜେଲ ଦର ୯୪.୫୬ ଟଙ୍କା ରହିଛି। କଟକରେ ୧୦୩.୭୧ ଟଙ୍କା ରହିଥିବାବେଳେ ଡିଜେଲ ଦର ୯୫.୨୫ ଟଙ୍କା ରହିଛି।
ଗତ ୨୦୦୮ରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୭.୦୨ ଡଲାର ରହିଥିଲା ହେଲେ ସେତେବେଳ ତେଲ ଦର ପେଟ୍ରୋଲ ଲିଟର ପିଛା ୪୫.୫୬ ଟଙ୍କା ଓ ଡିଜେଲ ଲିଟର ପିଛା ୩୪.୮୬ ଟଙ୍କା ରହିଥିଲା। ସେହିପରି ୨୦୧୪ରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୭ ଡଲାର ରହିଥିଲା। ସେତେବେଳେ ପେଟ୍ରୋଲ ଦର ଲିଟର ପିଛା ୭୧ ଟଙ୍କା ଓ ଡିଜେଲ ଲିଟର ପିଛା ୫୬ ଟଙ୍କା ରହିଥିଲା। ସେହିପରି ଜୁନ ମାସରେ ବ୍ୟାରେଲ ପିଛା ୧୨୩ ଡଲାର ରହିଥିଲା ବେଳେ ବର୍ତ୍ତମାନର ଦର ଜାରିରହିଥିଲା। ତେବେ ବର୍ତ୍ତମାନ ବ୍ୟାରେଲ ପିଛା ଅଶୋଧିତ ତୈଳ ଶହେ ଡଲାର ତଳକୁ ଖସି ଆସିଥିଲେ ସୁଦ୍ଧା କିନ୍ତୁ ତୈଳ ଦର ଅପରିବର୍ତ୍ତିତ ରହିଛି। ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ତେଲ କମ୍ପାନୀମାନେ କ୍ଷତି ଭରଣା ଲାଗି କିଛି ସମୟ ନେବେ ବୋଲି କହିଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ଆଧାରରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ହୋଇଥାଏ। ଗତ ମେ ମାସରେ ଭାରତର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସସାଇସ ଡ୍ୟୁଟିରେ ହ୍ରାସ କରିଥିଲେ। ଏହାପରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତ ମିଳିଥିଲା।