ବିଷପିଇ ବୃଦ୍ଧଙ୍କ ଆତ୍ମହତ୍ୟା!

0

ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ବୁଗୁଡା ଥାନା ଅଧୀନ ନିମପଦର ଗ୍ରାମର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ଅଚାନକ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କୌଣସି ବିଷାକ୍ତ ପ୍ରାଣୀ କାମୁଡିଛି ତାହା ଜଣାପଡିନାହିଁ ।
ନିମପଦର ଗ୍ରାମର ଭଗବାନ ଦଳେଇ ବିଷପାନ କରି କିମ୍ବା କୌଣସି ବିଷାକ୍ତ ପ୍ରାଣୀ କାମୁଡ଼ାରୁ ବାହାରେ ପଡି ବାନ୍ତି କରି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ପୁଅ ଦେଖିବାକୁ ପାଇଥିଲେ । ଏହାକୁ ନେଇ ପୁଅ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ବୃଦ୍ଧଙ୍କୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବୁଗୁଡା ପୋଲିସ ମେଡିକାଲରେ ପହଞ୍ଚି ମର ଶରୀର ଜବତ କରିବା ସହ ୩୬/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।