ଯାଜପୁର:ଆଜି ରୁଦ୍ରପୁର ଗ୍ରା. ପ.ର ରୁଦ୍ରପୁର UGME ସ୍କୁଲ ଠାରେ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ରୁଦ୍ରପୁର ବିଜୁ ଯୁବ ଜନତା ଦଳ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଯାଜପୁର ପଂଚାୟତ ସମିତି ର ଉପାଧକ୍ଷ୍ୟା ଶ୍ରୀମତୀ ସ୍ଵର୍ଣ୍ଣଳତା ପରିଡା, ବରୀ ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ, ଅନ୍ୟତମ ନେତା ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ମହାକୁଡ଼,୩୧ ନଂ ଜିଲ୍ଲାପରିଷଦ ବିନୋଦ ମାଝୀ, ସୁଜନପୁର ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ କୁଳମଣି ବିଶ୍ୱାଳ, ସାହସପୁର ପଂଚାୟତର ସରପଞ୍ଚ ଶ୍ରୀମତୀ କଳ୍ପନା ଭୂୟାଁ, ଯାଜପୁର ବ୍ଲକର ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ଅଜୟ ମହାନ୍ତି,ରୁଦ୍ରପୁର ପଂଚାୟତର ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ କୁଳମଣି ନାୟକ, ରୁଦ୍ରପୁର ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ଜଳଧର ସାହୁ,ରୁଦ୍ରପୁରର ଯୁବ ନେତା ପ୍ରମୋଦ ନାୟକ,ଯାଜପୁର ବ୍ଲକର ବିଜୁ ଯୁବ ଜନତା ଦଳର ଉପସଭାପତି ଶ୍ରୀ ଦେବାଶିଷ ସାହୁ, ରୁଦ୍ରପୁର ବିଜୁ ଯୁବଜନତା ଦଳର ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ସ୍ୱାଇଁ, ରୁଦ୍ରପୁର ଗ୍ରାମପଞ୍ଚାୟତର ଛାତ୍ର ସଭାପତି ଶ୍ରୀ ସୁଜିତ ନାୟକ ଓ ରୁଦ୍ରପୁର ଗ୍ରାମପଞ୍ଚାୟତର ସମସ୍ତ ବିଜୁ ଜନତା ଦଳର ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ଜନତା ଦଳର କର୍ମୀ ଉପସ୍ଥିତ ଥିଲେ।