ରିମାଣ୍ଡର ପ୍ରଥମ ଦିନରେ ଏମିତି କହିଲା ଶର୍ମିଷ୍ଠା; ବଡବଡିଆଙ୍କୁ ବଂଚାଇବାକୁ କରୁଛି ଚାଲ୍

0

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ ଥିବା ମେମୋରି ଚିପ୍ ରହସ୍ୟ ଳୁଚାଇବା ପାଇଁ କ୍ରାଇମବ୍ରାଂଚ ଅଧିକାରୀଙ୍କୁ ବୋକା ବନଉଛିି ଶର୍ମିଷ୍ଠା ରାଉତ । ଜେରାର ପ୍ରଥମ ଦିନରେ ଶର୍ମିଷ୍ଠା ଯେଉଁ କାହାଣୀ କହିଛି ତାକୁ ସହଜରେ ବିଶ୍ୱାସ କରିପାରୁନି କ୍ରାଇମବ୍ରାଂଚ । ସେ କହିଛି ଫେବୃଆରୀ ୨ ତାରିଖରେ ଦରମା ଟଙ୍କାକୁ କେନ୍ଦ୍ରକରି ମାନସ ଚାକିରି ଛାଡିଦେଇଥିଲେ ।


ପରେ ମାନସ ଏକ ମେମୋରି କାର୍ଡ଼ ନ ଫେରାଇବାରୁ ବିବାଦ ସୃଷ୍ଟି ହୋଇଥିବା କହିଛି । ସେ ମେମୋରିରେ ଥିଲା ବାହାଘର ଓ ବ୍ରତଘର ଫଟୋ ଭିଡିଓ ରହିଥିବା ସଫେଇ ଦେଇଛି ।
ଏଥିସହ ରିମାଣ୍ଡର ପ୍ରଥମ ଦିନରେ ଏଭଳି ସଫେଇ ଦେଇ କେଉଁ ବଡ଼ବଡ଼ିଆଙ୍କୁ ବଂଚାଇବାକୁ ଏକ ପ୍ରକାର ପ୍ରୟାସ କରୁଛି ଶର୍ମିଷ୍ଠା । ଏହି ମେମୋରି କାର୍ଡ଼ ମାନସଙ୍କୁ ସେ ଏକ ମାସ କାଳ ମାଗି ମାଗି ଥକିଯାଇଥିଲାବୋଲି କହିଛି ଶର୍ମିଷ୍ଠା । ଫୋନ୍ କଲେ ବି ମାନସ ଫୋନ୍ ଉଠାଉ ନ ଥିଲା । ଅନେକ ଖୋଜା ଖୋଜି କରିବା ପରେ ଶେଷରେ ଚାନ୍ଦବାଲିରୁ ମାନସଙ୍କୁ ଉଠାଇ ଆଣି ମେମୋରି କାର୍ଡ ହାତେଇଥିବା କହିଛି ଶର୍ମିଷ୍ଠା । ଏବେ ତାହା କେଉଁଠି ଅଛି ସେନେଇ କ୍ରାଇମବ୍ରାଂଚ ସ୍ୱଷ୍ଟ ତଥ୍ୟ ହାସଲ କରିପାରିନାହିଁ ।

ଯଦି ମେମୋରି ଚିପ୍ ଭିଡିଓ ଡିଲେଟ ହୋଇଥିବା, ତେବେ ଫରେନସିକ ସାଇନ୍ସ ଲାବରେଟୋରିରୁ ରିକଭରି ହୋଇପାରିବ । କିନ୍ତୁ ଏହାକୁ ଭାଙ୍ଗି ହେଇଥିଲେ ଏଥିରେ ସବୁ ଡାଟା ଆଉ ରିକୋଭର ହୋଇପାରିବ ନାହିଁ ହୋଲି ପୁଲିସ ଅଧିକାରୀ କହିଛନ୍ତି । ଏଥିରେ ଥିବା ରହସ୍ୟ ଓ ବଡବଡିଙ୍କ କଳା କାରନାମା ଥିବା ସବୁ ତଥ୍ୟ ସବୁଦିନ ପାଇଁ ଲୁଚିଯିବ କି ତାହା ଏବେ ପ୍ରଶ୍ମ ଉଠଛି?


ଗୋଟିଏପଟେ କ୍ରାଇମବ୍ରାଂଚ ଏମାନଙ୍କୁ ରିମାଣ୍ଡରେ ଅଣିଥିବାବେଳେ ନୟାଗଡ଼ରେ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମବ୍ରାଂଚର ହସ୍ତଗତ ହୋଇଛି । ଏହି ରିପୋର୍ଟରେ ମାନସଙ୍କୁ ଲମ୍ବା ସମୟ ଧରି ଭୋକ ଉପାସରେ ରଖାଯାଇଥିଲା ଓ ତାଙ୍କ କଙ୍କାଳରେ ଶକ୍ତ ଅଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ତାଙ୍କୁ ଶାରୀରିକ ନିର୍ଯାତନ ଦିଆଯାଇଥିବା ସହ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମାନସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଆସିଛି । ମାନସଙ୍କୁ ଳୁହା ରଡ଼ରେ ମାଡ଼ ମରାଯାଇଥିବା ରିପୋର୍ଟରେ ଇଙ୍ଗିତ କରାଯାଇଛି । ହେଲେ ପୋଲିସ ୩ଟି ଠେଙ୍ଗା ଜବତ କରିଥିବାବେଳେ ହତ୍ୟାର ଅନ୍ୟ ସାମଗ୍ରୀ କୁଆଡ଼େ ଗଲା ତାକୁ ଏବେ ତଦନ୍ତ କରୁଛି ।