ଆଜିର ଦିନରେ ଜାପାନରେ ହୋଇଥିଲା ମୃତ୍ୟୁର ତାଣ୍ଡବ

0

ଭୁବନେଶ୍ବର: ୧୯୪୫ ମସିହା ଆଜିର ଦିନରେ ସାରା ବିଶ୍ୱକୁ ଚମକେଇ ଦେଇଥିଲା ହିରୋସମା ଆଟାକ |ଆଜିର ଦିନ ଅର୍ଥନ ଅଗଷ୍ଟ ୬ ତାରିଖକୁ ହିରୋସିମା ଦିବସ ବୋଲି କୁହାଯାଏ | ଆମେରିକାର ଆଣବିକ ବୋମାର ସାରା ଜାପାନ ସିଟି ଧ୍ବଂସ ଵିଧ୍ଵଂସ ହୋଇଯାଇଥିଲା | ଆଖି ପିଛୁଲଖେ ପାଉଁଶ ହୋଇଗଲେ ଲକ୍ଷାଧିକ ଲୋକେ | ଆଉ ମଣିଷଙ୍କ ଚିତ୍କାର ସାଙ୍ଗକୁ ବିସ୍ପୋରଣର ଶବ୍ଦ ରେ ଥରି ଉଠିଲା ଜାପାନ ସହର |

ସେହି ବୋମାର ନାଁଥିଲା ଲିଟିଲ ବଏ ବୋମା | ଏହି ବୋମା ସାରା ଜାପାନକୁ ଭସ୍ମ କରିଦେଲା |ତାର ଓଜନ ଥିଲା ୪ହଜାର ୪୦୦କେଜି |ଓ ଲମ୍ବ ଥିଲା  ୧୦ ଫୁଟ |କେବଳ ସେତିକି ନୁହେଁ ଏହାର ୩ଦିନ ପରେ ଆଉ ଏକ ବୋମା ପଡିଥିଲା ଜାପାନର ଅନ୍ୟତମ ସହର ନାଗାସାକିରେ ଆଉ ତାର ନାମ ଥିଲା ଫ୍ୟାଟ ମ୍ୟାନ |ଆମେରିକାର ଭୟଙ୍କର ଆକ୍ରମଣରେ ପୁଣି ଚାଲିଥିଲା ମୃତ୍ୟୁର ତାଣ୍ଡବ ।

ଆଖିପିଛୁଳାକେ ପାଉଁଶ ହୋଇଯାଇଥିଲେ ପ୍ରାୟ ୮୦ ହଜାର ଲୋକ ।ଏହି ପରମାଣୁ ବିସ୍ଫୋରଣରେ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ୨ ସହର । ପରମାଣୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ ଲୋକ ।ଏହି ଦିନକୁ ମନେପକାଇବା ପାଇଁ ନିଜ ଟ୍ୱିର୍ଟର ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି ।  ସେ ଦୁଃଖଦ ସମୟକୁ ମନେ ପକାଇବା ସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଏହି ଦିନର ଉଦ୍ଦେଶ୍ୟ । ତେବେ ଏହି ଘଟଣା ପରଠାରୁ ସାରା ବିଶ୍ୱରେ ଆଉ ପରମାଣୁ ବୋମା ବ୍ୟବହାର କରାଯାଉନି |